ଆଦିବାସୀ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ : ଆରପିଏଫ୍ ବିରୁଦ୍ଧରେ ମାମଲା, ରେଲୱେ ଜଙ୍କସନ୍ ଘେରିବ ସିଆଇଟିୟୁ

Published By : Prameya-News7 Bureau | October 06, 2024 IST

ବଣାଇ ୬।୧୦: ଦୁଇ ଆଦିବାସୀ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣା ଖବର ପ୍ରସାରଣ ପରେ ଆର୍ ପି ଏଫ୍ ବିରୋଧରେ ମାମଲା ରୁଜୁ କଲା କେ.ବଲାଙ୍ଗ ପୋଲିସ । ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇ ନଥିଲା କେ.ବଲାଙ୍ଗ ପୋଲିସ । ଶନିବାର ଏନେଇ ଖବର ପ୍ରସାରଣ ହେବା ପରେ ରାତି ଅଧିଆ ମାମଲା ରୁଜୁ କରିଥିଲା ପୋଲିସ । 

ଦୁଇ ମାସ ପୂର୍ବେ ହୋଇଥିବା ଏକ ଡିଜେଲ ଚୋରି ସନ୍ଦେହରେ କେ.ବଲାଙ୍ଗ ପୋଲିସ ସହାୟତାରେ ଉଠାଇ ନେଇଥିଲା ବିମଲାଗଡ ଆରପିଏଫ । ରାତିସାରା ଦୁଇ ଭାଇଙ୍କୁ ଆରପିଏଫ୍ କ୍ୟାମ୍ପରେ ଥାର୍ଡ ଡିଗ୍ରୀ ଦେଇଥିଲା ରେଲୱେ ପୋଲିସ । ଦୁଇ ଭାଇଙ୍କ ଘର କେ.ବଲାଙ୍ଗ ଥାନା ଛିଡାକୁଦର ଗ୍ରାମରେ ଦୁଇ ଭାଇ ହେଉଛନ୍ତି ଛୋଟେଲାଲ ଇଚାଗୁଟୁ, ଦୁମ୍ବି ଇଚାଗୁଟୁ । ଦୁଇ ଭାଇଙ୍କୁ ଆରପିଏଫ୍ ରାତି ତମାମ ବାଡ଼ିରେ ବାଡେଇବା ସହିତ ନଖକୁ ପ୍ଲାସରେ ଟାଣିବା, ପାଦରେ ଗରମ ପାଣି ଢାଳିବା ଏବଂ ବିଦ୍ୟୁତ ଦେବାର ଭୟ ଦେଖିଥିଲା ଆରପିଏଫ୍ । ଦୁଇ ଭାଇ ଥାନାରେ ଦ୍ବାରସ୍ଥ ହେବା ପରେ ଏବେ କେ.ବଲାଙ୍ଗ ମେଡିକାଲରେ ତିନି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ରବିବାର ସ୍ଥାନୀୟ ବିଧାୟକ ଦୁଇ ଆଦିବାସୀ ଯୁବକଙ୍କୁ ଭେଟିବା ସହିତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଓ ବିମଲାଗଡ ଆରପିଏଫକୁ ନିନ୍ଦା କରିଥିଲେ । ସୋମବାର ଆଦିବାସୀ ଯୁବକଙ୍କୁ ନ୍ୟାୟ ପାଇଁ ବିମଲାଗଡ ରେଲୱେ ଜଙ୍କସନ୍ ଘେରିବ ସିଆଇଟିୟୁ  । 

You Can Read:

ଘରେ ପସି ଯୁବତୀଙ୍କ ତଣ୍ଟି କାଟି କରିଥିଲା ହତ୍ୟା, ରେଳ ଧାରଣାରୁ ମିଳିଲା ମୁଖ୍ୟ ଅଭିଯୁକ୍ତର ମୃତଦେହ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.