ବୃଦ୍ଧ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟ୍, ଦୁର୍ବୃତ୍ତ ନେଇଗଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | October 06, 2024 IST

ଭଦ୍ରକ ୬।୧୦: ଘରେ କେହି ନଥିବା ବେଳେ ବନ୍ଧୁକ ଦେଖାଇ ଲୁଟିଲେ ୫ ମୁଖା ପିନ୍ଧା ଲୁଟେରା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବନ୍ଧ ଗାଁ ପଂଚାୟତର ଭୁଳିଆ ଛକ ନିକଟରୁ ଏକ ଫାର୍ମ ହାଉସରୁ ଏମିତି ଅଭିଯୋଗ ଆସିଛି । 

ଘର ମାଲିକ ଦୁବାଇରେ ରହୁଥିବାରୁ ବାପା ଓ ମାଆ ଘରେ ଏକାକୀ ରହୁଥିଲେ । ଫାର୍ମ ହାଉସରେ ବୟସ୍କ ଲୋକେ ଏକାକୀ ରହୁଥିବାରୁ ଡକାୟତି ହୋଇଛି । ୫ ଜଣ ମୁଖା ପିନ୍ଧା ଲୁଟେରା ବନ୍ଧୁକ ଦେଖାଇ ଘରକୁ ପଶିବା ସହ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ଅନ୍ୟାନ୍ୟ ଆସବାବପତ୍ର ଲୁଟ କରିଛନ୍ତି । ଲୁଟେରା ମାନେ ବାଇକରେ ମୁଖା ସହିତ ହେଲମେଟ ପିନ୍ଧି ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟ୍ କରିଥିବା କୁହାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.