ଘରେ ପଶି ଯୁବତୀଙ୍କ ତଣ୍ଟି କାଟି କରିଥିଲା ହତ୍ୟା, ରେଳ ଧାରଣାରୁ ମିଳିଲା ମୁଖ୍ୟ ଅଭିଯୁକ୍ତର ମୃତଦେହ

Published By : Prameya-News7 Bureau | October 06, 2024 IST

କେନ୍ଦୁଝର ୬।୧୦: କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଝାରସୁଗଡା ରେଳ ଧାରଣାରୁ ଉଦ୍ଧାର ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର I 

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ସହର ମଝିରେ ଥିବା ବରାଳ ଲଜ୍ ଗଳିରେ ଘରେ ପସି ଯୁବତୀଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିଲା I ତୁରନ୍ତ ଖୋଦ ଏସପିଙ୍କ ସହ ଏସଡିପିଓ ଓ ଟାଉନ ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ପ୍ରାଥମିକ ତଦନ୍ତ ସହ ସିସିଟିଭି ଫୁଟେଜ ଓ ସାଇଣ୍ଟିଫିକ୍ ଟିମ୍‌ର ଯାଞ୍ଚରୁ ଭଦ୍ରକ ଜିଲ୍ଲାର ଅଜୟ ସାହୁ ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣି ପାରିଥିଲା । ଆଜୟ ସାହୁ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ବେଳେ ପୋଲିସ ୬ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । 

କିନ୍ତୁ ରବିବାର ସକାଳୁ ଝାରସୁଗୁଡା ଜିଆରପି ପକ୍ଷରୁ କେନ୍ଦୁଝର ଏସ୍‌ପିଙ୍କୁ ସୂଚନା ଦେଇଛନ୍ତି ଯେ ଗତ ୪ ତାରିଖ ଦିନ ସେଠାର ରେଳ ଧାରଣା ଉପରୁ ମୃତଦେହ ଉଦ୍ଧାର କରାଯାଇଥିଲା । ସେହି ମୃତଦେହ ଅଜୟ ସାହୁଙ୍କର ବୋଲି ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ I ଏହାପରେ କେନ୍ଦୁଝର ଏସ୍‌ପି ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ବର୍ତ୍ତମାନ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ବୋଲି ଏସ୍‌ପି କହିଛନ୍ତି ।

You Can Read:

ଅଦିନିଆ ବନ୍ୟାରେ ହନ୍ତସନ୍ତ ଭଦ୍ରକ ମଣିନଗରବାସୀ, ସାମାନ୍ୟ ବର୍ଷାରେ ଜମି ରହୁଛି ପାଣି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.