ଦୁର୍ଦ୍ଦାନ୍ତ ଅପରାଧୀ ବି. ସନ୍ତୋଷ ପାତ୍ର ଗିରଫ, ନାଁରେ ରହିଛି ୨୯ ଅପରାଧିକ ମାମଲା

Published By : Prameya-News7 Bureau | October 06, 2024 IST

Breaking_2

ବ୍ରହ୍ମପୁର ୬।୧୦: ଦୁର୍ଦ୍ଦାନ୍ତ ଅପରାଧୀ ବି. ସନ୍ତୋଷ ପାତ୍ର ଓରଫ ବୁଚି ପାତ୍ର ଗିରଫ । ଅଭିଯୁକ୍ତକୁ ଗିରଫ କଲା ଗୋଳନ୍ଥରା ପୋଲିସ । ଛତ୍ରପୁର ଅତିରିକ୍ତ ସେସନ ଜଜ୍ ୱାରେଣ୍ଟ ପରାୱାନା ଜାରି କରିଥିଲେ । ସନ୍ତୋଷଙ୍କ ନାଁରେ ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର ଆସ୍କା, ବୁଗୁଡ଼ା, କୋଦଳା, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ବ୍ରହ୍ମପୁର ଟାଉନ, ଗୋଶାଣୀନୂଆଗାଁ ପୋଲିସ ଥାନା, ଗୋପାଳପୁର, ଗୋଳନ୍ଥରା, ଦିଗପହଣ୍ଡି ପ୍ରମୁଖ ଥାନାରେ ୨୯ଟି ଅପରାଧିକ ମାମଲା ରହିଛି । ଚୋରି, ଡକାୟତ, ଲୁଟ୍, ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ହତ୍ୟା ଉଦ୍ୟମ, ନିଶା ଦ୍ରବ୍ୟ କାରବାର ଭଳି ବହୁ ଅପରାଧିକ ମାମଲାରେ ଜଡିତ ଅପରାଧୀ ସନ୍ତୋଷ । ଗତ ଦୁଇ ଦିନ ଭିତରେ ବ୍ରହ୍ମପୁର ପୋଲିସ ୧୫ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.