ଭଦ୍ରକରେ ଆରମ୍ଭ ହେଲା ଭସାଣି, ପ୍ରଥମ ଦିନରେ ମେଲାଣି ନେଲେ ବୁଢା ଗଣେଶ

Published By : Prameya-News7 Bureau | October 06, 2024 IST

ଭଦ୍ରକ ୬।୧୦: ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଭସାଣି ପର୍ବ । ପ୍ରଥମ ଦିନରେ ବାବା ବୁଢା ଗଣେଶଙ୍କ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଛି । ପୁରୁଣା ବଜାର ସ୍ଥିତ ମଣ୍ଡପରୁ ପ୍ରଥମେ ଶୋଭାଯାତ୍ରାରେ କଳସ ବିସର୍ଜନ କରାଯାଇଥିଲା । ପରେ ବାବାଙ୍କୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି । ମାସାଧିକ କାଳ ମଣ୍ଡପରେ ପୂଜା ପାଇବା ପରେ ବାବା ବୁଢ଼ା ଗଣେଶଙ୍କୁ ମେଲାଣି ଦିଆଯାଉଛି । ଏହି ଭସାଣିରେ ଜିଲ୍ଲା ବାହାର ଓ ରାଜ୍ୟ ବାହାରରୁ ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଛନ୍ତି । ତେବେ ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟକ ଦିନ ଗୋଟିଏ ଲେଖାଏଁ ଗଣେଶ ମେଢ଼ର ବିସର୍ଜନ ହେବ । ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ବିଦାୟ ନେବେ । ବାବା ବୁଢ଼ା ଗଣେଶଙ୍କ ବିସର୍ଜନ ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ଶୃଙ୍ଖଳିତ ବିସର୍ଜନ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାପିଡ଼ ଆକ୍ସନ ଫୋର୍ସର ଗୋଟିଏ କମ୍ପାନୀ ମଧ୍ୟ ମୁତୟନ ହୋଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ଶୋଭାଯାତ୍ରାରେ ସାମିଲ ହୋଇ କଳା ପ୍ରଦର୍ଶନ କରିଛନ୍ତି । ବିସର୍ଜନ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବାବା ବୁଢ଼ା ଗଣେଶଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.