ଟାୟାର ୨ ଲକ୍ଷ୍ମୀ ବସ୍‌କୁ ଫୁଣବାଣୀ ଘରୋଇ ବସ୍ ମାଲିକ ସଂଘର ବିରୋଧ, ୭ ତାରିଖ ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ବସ୍ ଚଳାଚଳ ବନ୍ଦ

Published By : Prameya-News7 Bureau | October 06, 2024 IST

କନ୍ଧମାଳ ୬।୧୦: ଟାୟାର ୨ ଲକ୍ଷ୍ମୀ ବସ୍ ଚଳାଚଳକୁ ଫୁଲବାଣୀ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛନ୍ତି । ସୋମବାର ସନ୍ଧ୍ୟା ୬ଟା ଠାରୁ ୮ ତାରିଖ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ବିଳନୀରେ ସଂଘର ସଭାପତି ପ୍ରଶାନ୍ତ ପାତ୍ର ଏବଂ ସମ୍ପାଦକ ଅକ୍ଷୟ ପଟ୍ଟନାୟକ କହିଛନ୍ତି । 

ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ପ୍ରାୟ ୨୦ଟି ଘରୋଇ ବସ୍ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଏଥିରେ ଫୁଲବାଣୀ ବସ୍ ମାଲିକ ସଂଘ ସାମିଲ ହୋଇଛି । ସଂଘର କହିବା ଅନୁସାରେ, ବିଗତ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ କରିଥିଲେ । ଏହାର ପରିଣାମ ସରକାରଙ୍କୁ ଭୋଗିବାକୁ ପଡ଼ିଛି । ଗୋଟିଏ ଏଜେନ୍ସୀକୁ ଉଚ୍ଚା ଦର ଦେଇ ସରକାର ପଞ୍ଚାୟତରୁ ବ୍ଲକ ମୁଖ୍ୟକୁ ଗୁଡ଼ିକୁ ଲକ୍ଷ୍ମୀ ବସ୍ ଚଳାଇଛନ୍ତି । ବର୍ତ୍ତମାନ ପୁଣି ବ୍ଲକରୁ ସହର ଏବଂ ଜିଲ୍ଲା ମୁଖ୍ୟକୁ ଲକ୍ଷ୍ମୀ ବସ୍ ଚଳାଇବା ପାଇଁ ଯୋଜନା କରୁଛନ୍ତି । ଏହାଦ୍ୱାରା ଘରୋଇ ବସ୍ ଗୁଡ଼ିକ ଚାଲିବ ନାହିଁ ଏବଂ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏ ବାବଦରେ ପୂର୍ବରୁ ସରକାରଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ବିଚାର ନକରି ଘରୋଇ ବସ୍ ମାଲିକ ସଂଘ ଗୁଡ଼ିକୁ ଆରଟିଓ ମାଧ୍ୟମରେ ଲକ୍ଷ୍ମୀ ବସ୍ ଚଲାଇବା ପାଇଁ ସମୟ ଦେବାକୁ ବାଧ୍ୟ କରୁଛନ୍ତି । ତେଣୁ ଏହାକୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ବସ୍ ମାଲିକ ମାନେ ବିରୋଧ କରି ଏହି ବନ୍ଦ ଡାକରା ଦେଇଥିବା କହିଛନ୍ତି ।

You Can Read:

ଆଦିବାସୀ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ : ଆରପିଏଫ୍ ବିରୁଦ୍ଧରେ ମାମଲା, ରେଲୱେ ଜଙ୍କସନ୍ ଘେରିବ ସିଆଇଟିୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.