ଜିଲ୍ଲାପାଳ ଅଫିସରେ ଲାଞ୍ଚ ନେଉଥିଲେ ତହସିଲଦାର, ପଟ୍ଟା କରାଇଦେବା ନାଁରେ କରିଥିଲେ ବଡ଼ ଡିଲ୍‌

Published By : Prameya-News7 Bureau | July 05, 2024 IST

ରାୟଗଡ଼ା: ଭିଜିଲାନ୍ସ ଜାଲରେ ତହସିଲଦାର। ସରକାରୀ ଜମିର ପଟ୍ଟା କରାଇଦେବାକୁ କହି ଲାଞ୍ଚ ନେଉ ଗିରଫ ହେଲେ ତହସିଲଦାର। ଲାଞ୍ଚ ନେଉଥିବା ତହସିଲଦାର ହେଉଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ସୂଚନା ଅନୁଯାୟୀ, ହନୁମନ୍ତପୁର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ସେ ପ୍ରାୟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଯାହା ତାଙ୍କ ସରକାରୀ ଗାଡ଼ିରୁ ଜବତ ମଧ୍ୟ ହୋଇଛି। 

ତେବେ କୌଣସି ସୂତ୍ରରୁ ଏହି ଲାଞ୍ଚ ବିଷୟରେ ଜାଣି ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, ଅତିରିକ୍ତ ଏସପି ଅରୁଣ ନାୟକଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ଗାଡ଼ିରୁ ଟଙ୍କା ଜବତ କରିବା ସହ, ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକକୁ ଯୋଗଦେବାକୁ ଆସିଥିବା ସମୟରେ ବିଚିତ୍ରାନନ୍ଦଙ୍କୁ ଧରିଛନ୍ତି। 

ଭିଜିଲାନ୍ସ ଟିମ୍ ଧରିବା ପରେ ସେ ଉକ୍ତ ଟଙ୍କାଙ୍କୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେବି ସଫଳ ହୋଇପାରିନଥିଲେ। ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟକୁ ନିଆଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.