ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ, ଦାୟିତ୍ବ ନେବା ପରେ ପ୍ରଥମ ସାକ୍ଷାତ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ୱର ୦୧/୦୭: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଭେଟିଲେ । ଦାୟିତ୍ବ ନେବା ପରେ ପ୍ରଥମ ଥର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ରବିବାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ମନୋଜ ଆହୁଜା । ତାଙ୍କ ସହ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବି ଭେଟିଲେ । 

ସୂଚନା ଥାଉକି, ରାଜ୍ୟରେ ନୂଆ ସରକାରର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ନୂଆଦିଲ୍ଲୀରୁ ଫେରି ଶ୍ରୀ ଆହୁଜା ଲୋକସେବା ଭବନରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।  ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ  କୁମାର ଜେନା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହାପରେ ମନୋଜ ପୁରୀ ଯାଇ ପଟିଦିଅଁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ  ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଧଳ  ପୂର୍ବରୁ ରାଜ୍ୟ ପ୍ରଶାସନରେ ବହୁ ଗୁରୁ  ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ରଖିଛନ୍ତି ।

ସେହିଭଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ମିଳିଛି ନୂଆ ନିଯୁକ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ରବିବାର ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ପୂରିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ୧୯୯୦ ବ୍ୟାଚର ଆଏଇଏସ୍‌  ଅଧିକାରୀ ମନୋଜ ଆହୁଜାଙ୍କୁ ଏ  ମୁଖିଆ ପଦରେ ନିଯୁକ୍ତି ଦେଇଛନ୍ତି ।  

ଶ୍ରୀ ଆହୁଜା କେନ୍ଦ୍ର ସରକାରଙ୍କ କୃଷି  ଓ କୃଷକ କଲ୍ୟାଣ ସଚିବ ପଦରେ  ଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ତାଙ୍କ  ମୂଳ ପଦବିକୁ ଫେରି ଶ୍ରୀ ଆହୁଜା ଏ  ଗୁରୁଦାୟିତ୍ୱରେ ଯୋଗ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.