ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ୧୦ ମାସର ଭତ୍ତା ପାଇଲେ ବୈଦେହୀ ଜାନୀ

Published By : Prameya-News7 Bureau | July 03, 2024 IST

କୋରାପୁଟ: କୋରାପୁଟ ବ୍ଳକ ବୈଦେହୀ ଜାନୀଙ୍କ ୧୦ ମାସର ଭତ୍ତା ଟଙ୍କା ମିଳିନଥିବା ଖବର ପ୍ରସାରଣ ହୋଇଥିଲା। ବ୍ଳକ ପ୍ରଶାସନ ପକ୍ଷରୁ ବୈଦେହୀ ଜାନୀଙ୍କୁ ମୃତ ଘୋଷଣା କରାଯାଇଥିବା ଅଭିଯୋଗ କରିଥିଲେ ବୈଦେହୀ ଜାନୀଙ୍କ ସହ ଗ୍ରାମବାସୀ। ଘଟଣା ସଂପର୍କରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ମଧ୍ୟ ଅବଗତ କରା ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ବୈଦେହୀକୁ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। 

ପ୍ରତିଶ୍ରୁତି ରଖିଛନ୍ତି ଜିଲ୍ଲାପାଳ। ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଭତ୍ତା ଟଙ୍କା ବୈଦେହୀ ଜାନୀଙ୍କ ଘର ଦାଣ୍ଡରେ ଦେଇ ଆସିଛି ବିଭାଗ। ୧୦ ମାସର ଭତ୍ତା ପାଇ ଖୁସି ପ୍ରକଟ କରିଛନ୍ତି ବୈଦେହୀ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଭତ୍ତା ଟଙ୍କା ପାଇ ବୈଦେହୀଙ୍କ ମୁହଁରେ ଫୁଟିଛି ହସ। ଆଗାମୀ ଦିନରେ ଏଭଳି ସମସ୍ୟା ଲୋକଲୋଚନକୁ ଆଣନ୍ତୁ ଉପାନ୍ତ ବାସିନ୍ଦା ସବୁବେଳେ ସାଥିରେ ରହିବେ ବୋଲି ଗ୍ରାମବାସୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.