ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର, କଟକ ବଡ ମେଡିକାଲରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | July 05, 2024 IST

ପାଟଣା ୫/୭: ସ୍ତ୍ରୀକୁ ତୀର ମାରିଲା ସ୍ବାମୀ । ତୀର ମାଡରେ ମହିଳା ଗୁରୁତର। ଘଟଣାସ୍ଥଳରୁ ସ୍ବାମୀ ଫେରାର । କେନ୍ଦୁଝର ଜିଲ୍ଲା ପାଟଣା ଥାନା ହରିଡାଗୋଠ ଗାଁରେ ଅଭାବନୀୟ ଘଟଣା । ଗୁରୁତର ମହିଳା ହେଲେ ସଜନୀ ମୁଣ୍ଡା । ସଜନୀ ହରିଚନ୍ଦନପୁର ଥାନା ଭଗାବିଲା ଗାଁର ବିଶ୍ବନାଥ ମୁଣ୍ଡାଙ୍କୁ ବିବାହ କରିଥିଲେ । ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା କାରଣରୁ ସଜନୀ ବାପଘରେ ରହୁଥିଲେ । ଯାହାକୁ ନେଇ ରାଗରେ ଜଳୁଥିଲା ବିଶ୍ବନାଥ । ଗୁରୁବାର ସଂଧ୍ୟାରେ ଶ୍ବଶୁର ଘର ହରିଡାଗୋଠ ଗାଁକୁ ଆସି ତୀରମାଡ କରି ଚମ୍ପଟ ମାରିଥିଲା ବିଶ୍ବନାଥ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସଜନୀକୁ ପ୍ରଥମେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାଟଣା ପୋଲିସ ଗୋଟିଏ ଧନୁ ସହ ୩ଟି ତୀର ଜବତ କରି ତଦନ୍ତ ଚଳାଇଛି । 

You Can Read:

ବର୍ଷାରେ ଭୁଶୁଡିଲା ଘର ଛାତ, ଏବେ କେଉଁଠି ରହିବେ ଅସହାୟ ମହିଳା ?

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.