ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | July 06, 2024 IST

ଚଣ୍ଡିଖୋଲ ୬/୭: ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ । ନ୍ୟାୟ ଦାବି କଲେ ପରିବାର ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତାର ଭଗବାନପୁରଠାରେ ଯୁବକଙ୍କ ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ। ନିକଟରେ ମୋବାଇଲ,ଆଧାର କାର୍ଡ,ଯୁବତୀଙ୍କ ଷ୍ଟଲ ସହ ଭଙ୍ଗା ବାଇକ ଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତକ ଅରାବଳ ଗାଁର ପବିତ୍ର ସାମଲ ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ । ପବିତ୍ରଙ୍କ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା । ପ୍ରେମ ବ୍ୟାପାରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପବିତ୍ରଙ୍କ ପରିବାର ଲୋକ । ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ଧର୍ମଶାଳା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.