ହାର୍ଦ୍ଦିକଙ୍କ ସହ ଛାଡପତ୍ର କନଫର୍ମ କଲେ ନତାଶା ! କ୍ରିପ୍ଟିକ୍ ଭିଡିଓରେ କହିଲେ ଏମିତି

Published By : Prameya-News7 Bureau | July 08, 2024 IST

ମୁମ୍ଵାଇ ୦୮।୦୭; ଛାଡପତ୍ର ଗୁଜବ ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରସିଦ୍ଧ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ବଲିଉଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ଧରି ନତାଶା ଏବଂ ହାର୍ଦ୍ଦିକ ଅଲଗା ହେବା ନେଇ ଗୁଜବ ହେଉଛି ।ଟି -୨୦ ବିଶ୍ୱକପ ଜିତିବା ପରେ ମଧ୍ୟ ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କୌଣସି ପୋଷ୍ଟ ସେୟାର କରିନଥିଲେ। ବର୍ତ୍ତମାନ ଏହି ସମୟରେ ଅଭିନେତ୍ରୀଙ୍କ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ନତାଶା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି କ୍ରିପ୍ଟିକ୍ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ନତାଶା ତାଙ୍କ ଅଲଗା ହେବାର ଗୁଜବକୁ ନିଶ୍ଚିତ କରୁଥିବା ଦେଖାଯାଇଛି। ହେଲେ ଅଭିନେତ୍ରୀ ଏହାକୁ ସ୍ପଷ୍ଟ ଭାବେ କହୁନାହାଁନ୍ତି ।

ଏହି ଭିଡିଓରେ, ନତାଶା ଷ୍ଟାନକୋଭିକ୍ କହୁଛନ୍ତି, 'ମୋ ପଥରେ, ଏହା ପୁନର୍ବାର ଆପଣଙ୍କ ପାଇଁ ଏକ ନମ୍ର ସ୍ମାରକ ଅଟେ । ମନେରଖ ଯେ ଭଗବାନ ତୁମ ଜୀବନରୁ ଅସୁବିଧାଗୁଡ଼ିକୁ ଦୂର କରନ୍ତି ନାହିଁ କିନ୍ତୁ ସେ ଏଥିରୁ ବାହାରିବା ପାଇଁ ସେ ଏକ ଉପାୟ ପ୍ରସ୍ତୁତ କରନ୍ତି। ନତାଶାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓ ଦେଖି ଲୋକମାନେ ସନ୍ଦେହ କରୁଛନ୍ତି ଯେ ଅଭିନେତ୍ରୀ ହାର୍ଦ୍ଦିକଙ୍କ ସହ ତାଙ୍କର ଅଲଗା ହେବା ନେଇ ନିଶ୍ଚିତ କରିଛନ୍ତି।


କହିବାକୁ ଗଲେ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ନତାଶା ଏବଂ ହାର୍ଦ୍ଦିକ ୩୧  ମଇ ୨୦୨୦ ରେ ବିବାହ କରିଥିଲେ। ରାଜସ୍ଥାନରେ ଦୁହିଁଙ୍କର ଡେଷ୍ଟିନେସନ ମ୍ୟାରେଜ ହୋଇଥିଲା। ଏହି ସମୟ ନତାଶା ହିନ୍ଦୁ ରୀତିନୀତି ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର କିଛି ସମୟ ପରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ଯାହାର ନାମ ଅଗସ୍ତ୍ୟ। ତେବେ ନତାଶା ଏବଂ ହାର୍ଦ୍ଦିକଙ୍କ ବିବାହ ମାତ୍ର ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ପରେ ସେମାନଙ୍କର ସମ୍ପର୍କ ଖରାପ ହେବାରେ ଲାଗିଛି। କିନ୍ତୁ ପୃଥକ ଗୁଜବକୁ ନେଇ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.