ଯୋବ୍ରା ଆନିକଟରେ ଫସିଯାଇଥିଲେ ମଇଁଷି ପଲ, ଦେଖିବାକୁ ଲୋକଙ୍କ ଗହଳି

Published By : Prameya-News7 Bureau | July 05, 2024 IST

ଚୌଦ୍ବାର ୫/୭: କଟକ ଯୋବ୍ରା ଆନିକଟ ୩୭ ନଂ ଗେଟ୍‌ ନିକଟରେ ଫସିଯାଇଥିଲେ ମଇଁଷି ଗୋଠ । ଆଜି ନଦୀର ଜଳସ୍ତର ଓ ସ୍ରୋତ ଅଧିକ ଥିବାରୁ ମଇଁଷିମାନେ ଭାସି ଆସିଥିଲେ । ଭାସୁଥିବା ଅବସ୍ଥାରେ ମଇଁଷି ପଲଙ୍କୁ ଦେଖିବାକୁ ଭିଡ ଜମାଇଥିଲେ ଲୋକେ । ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ ପହଞ୍ଚିଥିଲେ । ଲୋକଙ୍କ ଭିଡ କମାଇବା ସହ କେମିତି ମଇଁଷି ପୋଲ ଉଦ୍ଧାର ହେବେ ସେଥିପାଇଁ ଉଦ୍ୟମ କରାଯାଇଥିଲା । କିଛି ସମୟ ପରେ ପାଣିରେ ଭାସୁଥିବା ମଇଁଷି ଧିରେ ଧିରେ ନଦୀର କୂଳ ଆଡକୁ ଚାଲିଯାଇଥିଲେ । ପ୍ରତି ଦିନ ମଇଁଷି ଗୋଠ କଟକ ପଟୁ ଜଗତପୁର ଆଡକୁ ନଦୀ ପାର୍‌ ହୋଇ ଚରିବା ପାଇଁ ଯାଇଥାଆନ୍ତି । ତେବେ ଆଜି ନଦୀର ଜଳସ୍ତର ଥିବାରୁ ମଇଁଷି ମାନେ ଠିକଣା ଜାଗାକୁ ଯାଇନପାରି ଆନିକଟ ଆଡକୁ ଭାସି ଆସିଥିଲେ  । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.