କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ୨ ବେପାରୀଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | July 05, 2024 IST

ଗୁଣପୁର ୫/୭:କାରରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡିବସିଲା ପୋଲିସ । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ବେପାରୀଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା କାର୍‌ ସହ ୬୦କେଜି ୭୬୦ ଗ୍ରାମ ଗଞ୍ଜେଇ ,ନଗଦ ୧୯ଶହ ଟଙ୍କା ଓ ୨ଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ୨ ଜଣ ହେଲେ ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଥାଲିମା ଗାଁର ୨୦ ବର୍ଷୀୟ ଆଶିଷ କୁମାର ବୀର ଓ ଟାବାର ସାହି ଗାଁର ୩୪ ବର୍ଷୀୟ ଜୟନ୍ତ ଗମାଙ୍ଗ । ପୋଲିସ ଖର୍ଲିଂ ଗେଟ୍‌ ନିକଟରେ ଗାଡି ଯାଞ୍ଚ କରୁଥିବାବେଳେ କାର୍‌ଟିକୁ ଦେଖି ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.