ଦୁବାଇବାସୀ ଖାଇବେ କଳାହାଣ୍ଡି ପରିବା, ଭୁବନେଶ୍ୱର ଏୟାରପୋର୍ଟରୁ କାର୍ଗୋ ମାଧ୍ୟମରେ ପଠାଗଲା

Published By : Prameya-News7 Bureau | July 05, 2024 IST

କଳାହାଣ୍ଡି ୦୫/୦୭: ଆମ୍ବ ପରେ ଏବେ ଦୁବାଇ ବାସୀ ଖାଇବେ କଳାହାଣ୍ଡିର ପରିବା । ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡାରେ ଥିବା ଉତ୍ତେଇ ଭ୍ୟାଲି କୃଷି ଉତ୍ପାଦକ ସଂଗଠନ ଦ୍ୱାରା ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ଼ କୁଇଣ୍ଟାଲ ପୋଟଳ ଦୁବାଇକୁ ରପ୍ତାନି କରାଯାଇଛି । 

ସୋମବାର ଦିନ ଭୁବନେଶ୍ୱର ଏୟାରପୋର୍ଟରୁ କାର୍ଗୋ ମାଧ୍ୟମରେ ଏହି ପରିବା ଦୁବାଇକୁ ଯାଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ସହଯୋଗୀ ପାଲାଡିୟମ କନ୍ସଲେନ୍ସି ଏଜେନ୍ସି ସହଯୋଗରେ ଏହା ପଠାଯାଇଛି । ଏହି କମ୍ପାନୀ ତରଫରୁ ପୂର୍ବରୁ ଆମ୍ବ ମଧ୍ୟ ଦୁବାଇ ପଠାଯାଇଥିଲା । ଏହି କମ୍ପାନୀ ଗଠନ ହେବା ଦ୍ୱାରା ଚାଷୀ ମାନଙ୍କର ବଜାରୀକରଣ ସମସ୍ୟା ଦୂର ହେଉଥିବା କହିଛନ୍ତି ।  

ଚାଷୀ ଯାହା ଚାଷ କରନ୍ତି ତାହା ଆଣି ଏହି କମ୍ପାନୀ ବିକ୍ରି କରନ୍ତି ଏବଂ ଉଚିତ ମୂଲ୍ୟ ପାଇଥାନ୍ତି । କମ୍ପାନୀର କର୍ମଚାରୀମାନେ ସେହି ପରିବାକୁ ନେଇ ବିକ୍ରିର ବ୍ୟବସ୍ଥା କରନ୍ତି । ବର୍ତ୍ତମାନ ଏହି କମ୍ପାନୀର ବିଭିନ୍ନ ଜିନିଷ ଦେଶ ବାହାରକୁ ଯାଉଥିବାରୁ ତାହା ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହ ଅନେକ ଚାଷୀ ଚାଷ କରିବା ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର ପ୍ରକାଶ ତ୍ରିପାଠୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.