ଜନ୍ମବେଦୀ ଅଭିିମୁଖେ ତିନି ରଥ, ବଡଦାଣ୍ଡରେ ଗଡିଲା ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ

Published By : Prameya-News7 Bureau | July 08, 2024 IST

ପୁରୀ ୦୮/୦୭: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ । ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣଛନ୍ତି ଶ୍ରଦ୍ଧାଳୁ । ଲକ୍ଷ ଲକ୍ଷ ଲୋକ ତିନି ରଥକୁ ଟାଣିନେଉଛନ୍ତି ବଡଦାଣ୍ଡରେ । ଘଣ୍ଟ ଘଣ୍ଟା ବାଦ ଧ୍ୱନିରେ ପ୍ରକମ୍ପିତ ହୋଇପଡିଛି ପରିବେଶ । ଘୋଷଯାତ୍ରାରେ ଦ୍ୱିତୀୟ ଦିନରେ ବି ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । 


ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର । ପୁରୀରେ ଦେଶ ତଥା ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଯାଇଥିଲେ କାଳିଆ ସାଆନ୍ତ । ସେହିଭଳି ରାଜନଅର ସମ୍ମୁଖରେ ଅଟକିଥିଲା  ସୁଭଦ୍ରାଙ୍କ ଦର୍ପଦଳନ। ଏହାସହ ମରିଚିକୋଟ ଛକରେ ଅଟକି ରହିଥିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ । 

ହେଲେ ସୋମବାର ସକାଳୁ ସକାଳୁ ସମସ୍ତ ନୀତିକାନ୍ତ ପରେ ଚାଲିଛି ରଥଟଣା । କହିବାକୁ ଗଲେ ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା ହୋଇଛି । 


ରଥଯାତ୍ରା  2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ


  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.