ଜଗତସିଂହପୁର ପୋଲିସକୁ ସଫଳତା, ମୂର୍ତ୍ତି ଚୋରି ରାକେଟ୍‌ର ପର୍ଦ୍ଦାଫାଶ

Published By : Prameya-News7 Bureau | October 06, 2024 IST

ଜଗତସିଂହପୁର ୦୬।୧୦ : ଜଗତସିଂହପୁର ପୋଲିସକୁ ସଫଳତା । ଜଗତସିଂହପୁର ସଦର ପୋଲିସ ଚଢାଉ କରି ଗାଁର ବରଦା ଆଚାର୍ଯ୍ୟ ଓ ଅନ୍ନଦା ଆଚାର୍ଯ୍ୟଙ୍କ ଘରୁ ୫୦ରୁ ଅଧିକ ମୂର୍ତ୍ତି ସହ ପିତ୍ତଳ ନାଗ, ଘଣ୍ଟ ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି । ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ମାଟି ଖୋଳା ଯାଇ ସମସ୍ତ ମୂର୍ତ୍ତି ଉଦ୍ଧାର କରାଯାଇଛି । 

ଖବର ଅନୁଯାୟୀ, ଗତ ୪ ତାରିଖରେ ଦିନ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ନିକଟରେ ଏକ ମନ୍ଦିରରୁ ଚୋରି କରୁଥିବା ସମୟରେ ଚଢେଇ ଗାଁର ଦୁଇ ଭାଇ ବରଦା ଓ ଅନ୍ନଦାକୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଥିଲେ। ଏହାପରେ ଚୋରି ଲିଙ୍କ ନେଇ ସେମାନଙ୍କର ଜଗତସିଂହପୁର ସ୍ଥିତ ଚଢେଇ ଗାଁରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ଲକ୍ଷାଧିକ ଟଙ୍କା ମୂର୍ତ୍ତି ଜବତ ହୋଇଛି। 

ସେପଟେ ଅଭିଯୁକ୍ତଙ୍କର ବଡ଼ ଭାଇ ସାରଦା ଆଚାର୍ଯ୍ୟ ଓ ତାଙ୍କ ମାଆକୁ ମଧ୍ୟ ପୋଲିସ ଥାନାକୁ ଆଣି ଜେରା କରୁଛି। ଅଭିଯୁକ୍ତ ବରଦା ଓ ଅନ୍ନଦା ଜଗତସିଂହପୁର ଜିଲ୍ଲା ସମେତ ବାହାରୁ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ଆସୁଥିଲେ। ଏମାନଙ୍କର ଆଉ କିଛି ସହଯୋଗୀ ଥିବା ତଦନ୍ତରୁ ଜଣାପଡିଛି । ଜିଲ୍ଲାର ବାହାରୁ ଦୀର୍ଘ ଦିନ ହେବ ମୂର୍ତ୍ତି ଚୋରି ରାକେଟ୍‌ରେ ଏମାନେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.