ପୂଜା ପୂର୍ବରୁ ହଣାକଟା, ଟ୍ରକ ଡ୍ରାଇଭରଙ୍କ ହାତ କାଟିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ୱର ୦୫।୧୦ : ରାଜଧାନୀରେ ଥମୁନି ଅପରାଧ । ପୂର୍ବରୁ ପୁଣି ରାଜଧାନୀରେ ହଣାକଟା । ଟ୍ରକ୍‌ ଡ୍ରାଇଭରଙ୍କ ହାତକୁ ହାଣିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଡ୍ରାଇଭର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଶନିବାର ଦିନ ଚନ୍ଦ୍ରଶେଖରପୁର ହାଇସିଂବୋର୍ଡ କଟିଂ ଛକରେ ଘଟିଛି ଅଘଟଣ । ଏକ ଖଣ୍ଡା ଚୋଟରେ ଟ୍ରକ ଚାଳକଙ୍କ ହାତ କାଟି ଦେଇଛନ୍ତି ଦୁର୍ବୃତ୍ତ । କୌଣସି କାରଣକୁ ନେଇ ପ୍ରଥମେ ଟ୍ରକ ଅଟକାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ସେହି ବଚସାରୁ ଡ୍ରାଇଭରଙ୍କ ହାତ କାଟି ଦେଇଛନ୍ତି ଦୁର୍ବୃତ୍ତ । ସେପଟେ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ବାକି ଫେରାର ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । 

ତେବେ ପୂଜାକୁ ଆଉ କିଛି ଦିନ ବାକି ରହିଛି । ଏହାପୂର୍ବରୁ ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ଏପିରିକି କମିଶନରେଟ୍‌ ପୋଲିସରେ କମିଶନରଙ୍କ ବଦଳି ଏବଂ ଡିସିପି ବଦଳି କରାଯାଇଥିଲା । ଏସବୁ ଭିତରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଅଞ୍ଚଳରୁ ଆସିଛି ଏପରି ଏକ ଘଟଣା । ଯାହା ସାଧାରଣ ଜନତାକୁ ଚିନ୍ତାରେ ପକାଇଛି । କେବେ ସାବାଡ଼ ହେବେ ଅପରାଧୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.