ମାଲକାନଗିରି ୨୮।୧୨ : ମାଲକାନଗିରି ପୋଲିସକୁ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ଗିରଫ ହେଲେ ତିନି ଜଣ ମହିଳା ମାଓବାଦୀ । ଗିରଫ ତିନି ମାଓବାଦୀଙ୍କ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ।
ଖବର ଅନୁଯାୟୀ, ମାଲକାନଗିରିରେ ଲାଲ୍ ବାହିନୀକୁ ଲାଗିଛି ଶକ୍ତ ଝଟ୍କା । ସ୍ୱାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ମାଓବାଦୀ । ଗିରଫ ତିନି ମାଓବାଦୀ ହେଉଛନ୍ତି ସ୍ୱପ୍ନା, ବବିତା ଓ ସୁନିତା ବୋଲି ଜଣାପଡିଛି । ତେବେ ଗିରଫ ତିନି ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିବାର ଜଣାପଡିଛି । ସେହିପରି ଗିରଫ ହୋଇଥିବା ମାଓବାଦୀଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ମଧ୍ୟ ଥିବା ସୂଚନା ରହିଛି ।