ଭୁବନେଶ୍ୱର ୩୦।୧୨ : ବନ୍ଦ ଘରୁ ମିଳିଲା ମିଳିଲା ଫୁଡ୍ ବ୍ଲଗରଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ପଟିଆ ଆଦର୍ଶ ବିହାର ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ମୃତକ ଫୁଡ୍ ବ୍ଲଗର ହେଉଛନ୍ତି ସୋନାଲି ସଂଘମିତ୍ରା ପରିଡ଼ା । ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଫୁଡ୍ ବ୍ଲଗର ସୋନାଲି ସଂଘମିତ୍ର ପରିଡ଼ା ପଟିଆ ଆଦର୍ଶନ ବିହାର ଅଞ୍ଚଳରେ ରହୁଥିଲେ । ସୋମବାର ଦିନ ସକାଳ ସମୟରେ ପାଇଖାନା ଘର ଭିତରୁ ସୋନାଲିଙ୍କ ମୃତଦେହ ଠାବ ହୋଇଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଇନ୍ଫୋସିଟି ଥାନା ପୋଲିସ ଘଟଣା ସଂପର୍କରେ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ହେଲେ ପରିବାର ପକ୍ଷରୁ ଆସିଛି ସଙ୍ଗୀନ ଅଭିଯୋଗ । ପରିବାର ଲୋକଙ୍କ ମତରେ , ତାଙ୍କ ଝିଅଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି । ତେଣୁ ଘଟଣାର ତଦନ୍ତ କରି ପୋଲିସ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।