ଭୋଗରାଇ ୦୫।୧୦ : ଛାତ୍ରୀଙ୍କୁ କମେଣ୍ଟ ମାରି ଫଟୋ ଉଠାଇବା ପଡିଲା ମହଙ୍ଗା । ତିନି ଜଣ ଯୁବକଙ୍କୁ ନିସ୍ତୁକ ମାଡମାରିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା କମର୍ଦା ଆରୁହାବୃତ୍ତି-୧ ନୋଡାଲ୍ ବିଦ୍ୟାଳୟ ନିକଟରେ ଘଟିଛି ଏପରି ଘଟଣା ।
ଖବର ଅନୁଯାୟୀ, ସ୍କୁଲ୍ ଛୁଟି ହେବାପରେ ଛାତ୍ରଛାତ୍ରୀ ମାନେ ଘରକୁ ଯାଉଥିଲେ । ଏହି ସମୟରେ ସ୍କୁଲ ସାମ୍ନାରେ ବାଇକରେ ୩ ଜଣ ଯୁବକ ଆସି ଜୈନିକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଫଟୋ ଉଠାଇଥିଲେ। ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ଯାଇ ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ଓ ଅଭିଭାବକ ଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ । କମେଣ୍ଟ ମାରିଥିବା ଯୁବକ ୩ ଜଣ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡିଛି। ସେପଟେ ଖବର ପାଇ ଘଟଣାସ୍ଥଳରେ କମର୍ଦା ପୋଲିସ ପହଞ୍ଚି ତିନି ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଏହାସହିତ ଘଟଣାର ଛାନ୍ଭିନ୍ ଜାରି ରଖିଛି ।