ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଉଦ୍ୟମ, ବିରୋଧ କରିବାରୁ ଭୁଜାଲିରେ ହାଣିଲେ

Published By : Prameya-News7 Bureau | October 04, 2024 IST

ବାଲିପାଟଣା ୪।୧୦: ପ୍ରାଇଭେଟ୍ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଉଦ୍ୟମ ବେଳେ ଆକ୍ରମଣ । ଲୁଟ୍ ଉଦ୍ୟମ ବେଳେ ବିରୋଧ କରିବାରୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ବଦଳାଶାସନ ଗ୍ରାମ ରାସ୍ତାରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ବଦଳାଶାସନ ଗ୍ରାମ ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ତେବେ ଲୁଟ୍ ଉଦ୍ୟମରେ ସକ୍ଷମ ନ ହେବାରୁ କର୍ମଚାରୀ ଜଣଙ୍କୁ ଦୁଇ ଜଣ ଲୁଟେରା ଭୁଜାଲିରେ ଆକ୍ରମଣ କରିଛନ୍ତି । 

ତେବେ କଲେକ୍ସନ ସାରି ଫେରୁଥିବା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ଭବାନୀ ଶଙ୍କର ମହାନ୍ତିଙ୍କୁ ବଦଳା ଶାସନ ହାଇସ୍କୁଲ ନିକଟରେ ଦୁଇ ଜଣ ଲୁଟେରା ଲୁଟ୍ ପାଇଁ ଅଟକାଇଥିଲେ । ଭବାନୀ ଏହାକୁ ବିରୋଧ କରିବାରୁ ଲୁଟେରା ଦ୍ୱୟ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଭବାନୀଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ସ୍ଥାନୀୟ ମେଡିକାଲରେ ଭବାନୀଙ୍କ ଚିକିତ୍ସା କରାଇଛନ୍ତି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ସୁଯୋଗ ଦେଖି ଘରେ ପଶିଲେ, ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.