ସୁଯୋଗ ଦେଖି ଘରେ ପଶିଲେ, ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟିଲେ

Published By : Prameya-News7 Bureau | October 04, 2024 IST

ଉଦଳା ୪।୧୦: ଘରେ କେହି ନଥିଲେ । ସୁଯୋଗ ଦେଖି ଘରେ ପଶିଲା ଦୁର୍ବୃତ୍ତ । ସିସିଟିଭିରେ ଗାମୁଛା ଗୁଡ଼ାଇ କଲା ଲୁଟ୍ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗଡ଼ସାହି ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ଗଡ଼ସାହି ଗ୍ରାମର ନାରାୟଣ ଦାସ ଗତ ୨୮ ତାରିଖରେ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ । ଗୁରୁବାର ଘରେ ପହଞ୍ଚିବା ପରେ ଘର ଗେଟ୍ ତାଲା ଭଙ୍ଗା ଯାଇଥିବା ଏବଂ ଘରୁ ଲୁଟ୍ ହୋଇଥିବା ଜାଣିପାରି ଥିଲେ । ଏ ନେଇ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । 

ତେବେ ଲୁଟେରା ଘର ଭିତରକୁ ପଶିବା ପୂର୍ବରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘରେ ପଶି ଲୁଟ କରିଥିଲେ । ଘର ଭିତର ଗଡ଼ରେଜ ଭାଙ୍ଗିବା ସହିତ ନଗଦ ୨୦ ହଜାରରୁ ଅଧିକ ଟଙ୍କା ସହ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏହି ଲୁଟ୍ ଘଟଣାରେ କେତେ ଜଣ ଲୁଟେରା ସାମିଲ ରହିଛନ୍ତି ତାର ତଦନ୍ତ କରୁଛି ପୋଲିସ ।

You Can Read:

ଆସନ୍ତା ୬ରୁ ହବିଷ୍ୟାଳୀ ଯୋଜନା ଆବେଦନ, ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.