ବାରିପଦାରେ ପୃଥକ ପୃଥକ ଦୁର୍ଘଟଣା, ଚାଲିଗଲା ୪ ଜୀବନ

Published By : Prameya-News7 Bureau | September 15, 2024 IST

ବାରିପଦା ୧୫।୦୯ : ବାରିପଦାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବାରିପଦା ସହର ଉପକଣ୍ଠ ପାଲବଣି ୧୮ ନମ୍ବର ଜାତୀୟ ରାଜପଥରେ ବୁଲେଟ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକମାନେ ହେଲେ ବାରିପଦା ସଦର ଥାନା ସିନ୍ଦୁର ଗୌରା ଗାଁର ବିକାଶ ମହାନ୍ତ ଓ ହରିଶ୍ଚଚନ୍ଦ୍ରପୁର ଗାଁର ମିଟୁ ମହାନ୍ତ ବୋଲି ଜଣାପଡିଛି । ସେହିପରି ରଙ୍ଗମାଟିଆ ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବୋଲେରୋଟି ଭାରସାମ୍ୟ ହରାଇ ଏକ ଗଛକୁ ପିଟିଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କ ଉଦ୍ଧାର ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବୋଲେରୋ ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିପାରିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.