ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି,କାର୍‌ରେ କେନ୍ଦୁଝରରୁ ଭୁବନେଶ୍ବର ଫେରୁଛନ୍ତି

Published By : Prameya-News7 Bureau | September 22, 2024 IST

ଭୁବନେଶ୍ବର ୨୨/୯: ବାତିଲ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୟୂରଭଞ୍ଜ ଗସ୍ତ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ କେନ୍ଦୁଝରରୁ ବାହାରି ପାରିନାହାନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିକାଶ ମେଳାକୁ ଉଦ୍‌ଘାଟନ କରିବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।କାର୍ଯ୍ୟକ୍ରମ ବାତିଲ ପରେ କେନ୍ଦୁଝରରୁ କାରରେ ଭୁବନେଶ୍ବର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । 

ରବିବାର ଓ ସୋମବାର ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ମୟୂରଭଞ୍ଜ ଗସ୍ତ ଥିଲା । ରାଜ୍ୟ ସରକାରଙ୍କ ୧୦୦ ଦିନ ପୁର୍ତ୍ତି ଅବସରରେ ବିଭିନ୍ନ ବିକାଶର ଗାଥା ବର୍ଣ୍ଣନା କରିବା ସହ ସ୍ଥାନୀୟ ଛଉ ପଡିଆରେ ଆୟୋଜନ ହେବାକୁ ଥିବା ବିକାଶ ମେଳାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥାନ୍ତେ । ଏହା ସହ ସାଧାରଣ ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇଥାନ୍ତେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.