ରାଜନୈତିକ ଶତ୍ରୁତାରୁ ତୁମୁଳକାଣ୍ଡ, ଘରେ ପଶି ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | October 04, 2024 IST

Breaking_1

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ। ଘରେ ପଶି ମିଳିମିଶି ତିନି ଜଣକୁ ହାଣିଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାକୁଟୁ ଗ୍ରାମ ପଞ୍ଚାୟତର ପାରି ନୂଆଁ ଗାଁରେ।  ରାଜନୈତିକ ଶତ୍ରୁତାକୁ ନେଇ ତିନି ଜଣକୁ ଖଣ୍ଡାରେ ଆକ୍ରମଣ ହୋଇଛି। 

ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଛନ୍ତି ବିପ୍ର ପ୍ରଧାନ । ବିପ୍ର ପ୍ରଧାନଙ୍କ ଘରେ ପଶି ସାଗର ପ୍ରଧାନ, ମିଟୁ ସାହୁ ଓ ବଳିଆ ସ୍ବାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ବିପ୍ର ପ୍ରଧାନଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.