ଶବକୁ ପୁଣି ଅସମ୍ମାନ, ଗାଡି ପାଇଁ ଡାକ୍ତର ମନା କରିବାରୁ ଟ୍ରଲିରେ ବୁହା ହେଲା…

Published By : Prameya-News7 Bureau | October 06, 2024 IST

କୋଣାର୍କ ୦୬।୧୦ : କେବେ ସୁଧୁରିବ ସବୁ ବ୍ୟବସ୍ଥା । ଶବକୁ ପୁଣି ଅସମ୍ମାନ । ଟ୍ରଲିରେ ବୁହା ହେଲା ଶବ । ପୁରୀ ଜିଲ୍ଲା ଗୋପ ବ୍ଲକ ଗୋପ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଗୋପ ସନିକଟ ମେଡିକାଲ ପଛପଟେ ତଳସାହି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଭୋଇ (୬୨ ବର୍ଷ )ଶୌଚ ହେବାକୁ ଯାଇଥିବା ବେଳେ ପଡିଯାଇଥିଲେ l ତୁରନ୍ତ ପରିବାର ଲୋକେ ତାଙ୍କୁ ପାଖରେ ଥିବା ଗୋପ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ , ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ପରିବାର ଲୋକେ ଶବକୁ ଘରକୁ ନେବାପାଇଁ  ଆମ୍ଭୁଲାନ୍ସର ସାହାଯ୍ୟ ମାଗିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମେଡିକାଲରେ ଗାଡିର ସୁବିଧା ନାହିଁ ବୋଲି ମନା କରିଦେଇଥିଲେ । ପରେ ପରିବାର ଲୋକେ ଟ୍ରଲିରେ ବୋହି ଶବକୁ ଘରକୁ ନେଇଥିବାର କହିଛନ୍ତି l

ତେବେ ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସୁବିଧା କରିଛନ୍ତି । ହେଲେ ସବୁ ସୁବିଧା ଏହିପରି ଭାବେ ଅଧାରାସ୍ତାରେ ଅଟକି ଯାଇଛି । କିଛିଟା ବ୍ୟକ୍ତିବିଶେଷଙ୍କ ପାଇଁ ଯୋଜନା କାଗଜ କଲମରେ ରହିଯାଉଛି । ଦେଖାଯାଉ ଏ ବ୍ୟବସ୍ଥା କେବେ ସୁଧୁରୁଛି ? 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.