ଆରମ୍ଭ ହେଲା ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି, ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାମ

Published By : Prameya-News7 Bureau | December 17, 2024 IST

ପୁରୀ ୧୭।୧୨: ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁଯାୟୀ‌ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । 

ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାର୍ଯ୍ୟ କରାଯାଉଛି । ଏଥିପାଇଁ ୧୫ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ କରାଯାଇଛି ।‌ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହେବା ପରେ କାନ୍ଥରୁ ଚୂନ ଛଡ଼ାଯିବା କାର୍ଯ୍ୟ କରାଯିବ । ପରେ କାନ୍ଥ ଓ ଚଟାଣରେ ନଷ୍ଟ ହୋଇଯାଇଥିବା ପୁରୁଣା ପଥର ଓ ନଷ୍ଟ ହୋଇଯାଇଥିବା ଲୁହା ବିମ୍‌କୁ କଢାଯାଇ ନୂଆ ପଥର ଓ ବିମ୍ ଲଗାଯିବ । 

ସେପଟେ ଏସ୍‌ଓପି ଅନୁଯାୟୀ‌ ଜିଲ୍ଲା ଟ୍ରେଜେରୀରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ରତ୍ନଭଣ୍ଡାର ଚାବି ଆଣିବା ପରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ଏଏସ୍‌ଆଇ ଟିମ୍ । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ସହ ଏଏସ୍‌ଆଇ କର୍ମଚାରୀ ସାମିଲ ଥିଲେ । ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାର୍ଯ୍ୟ କରାଯିବ । ୧୫ ଜଣ କର୍ମଚାରୀ ପ୍ରଥମ ଦିନରେ ନିୟୋଜିତ ରହିବେ । ଲୁହା ଭାରା ବନ୍ଧା ଯିବା ପରେ ଚୂନ ଛଡାଇବା କାର୍ଯ୍ୟ କରାଯିବ । ପରେ କାନ୍ଥ ଓ ଚଟାଣରେ ଫାଟ ଥିବା ପଥର ଗୁଡ଼ିକ କଢାଯାଇ ନୂଆ ପଥର ଲଗାଯିବ । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକ ସୂଚନା ଦେଇଥିଲେ ।


You Can Read:

ନିଖୋଜ ପ୍ରଫେସରଙ୍କ ମୃତଦେହ ଠାବ, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

 

  • puri
  • odisha
  • puri news
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.