ବିନିକାରେ ମହା ଆଡ଼ମ୍ବରରେ ରଥଯାତ୍ରା ପାଳିତ, ଝିପିଝିପି ବର୍ଷାରେ ହେଲା ତିନିଠାକୁରଙ୍କ ପହଣ୍ଡି

Published By : Prameya-News7 Bureau | July 08, 2024 IST

ସୁବର୍ଣ୍ଣପୁର ୦୮/୦୭: ସାରା ଦେଶରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରଠାରେ ମହା ଆଡ଼ମ୍ବରରେ ରଥଯାତ୍ରା ପର୍ବକୁ ପାଳନ କରାଯାଉଛି । ସହରର ଗଡ଼ଭିତର ଜଗନ୍ନାଥ ମନ୍ଦିରର ରାଜ ସିଂହାସନରୁ ବାହାରି ତିନି ଠାକୁର ଦର୍ଶନ ଦେଉଛନ୍ତି । 

ତିନି ଠାକୁରଙ୍କୁ ଘଣ୍ଟ ଶଙ୍ଖ ହରିବୋଲ ହୁଳହୁଳି ନାମ ସଂକୀର୍ତ୍ତନର ତାଳେ ତାଳେ ତିନି ଠାକୁରଙ୍କୁ ଝିପି ଝିପି ବର୍ଷାରେ ପହଣ୍ଡି କରାଯାଇଥିଲା । ପରେ ତିନି ଠାକୁରଙ୍କୁ ରଥ ଉପରକୁ ବିଜେ କରାଯାଇଛି । ଆଜି ରଥରେ ତିନି ଠାକୁରଙ୍କୁ ମାଉସୀ ମନ୍ଦିର ଅଭିମୁଖେ ନିଆଯିବ । 

ରଥଯାତ୍ରା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା କହିଛନ୍ତି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ । ବିନିକା ରଥ ଯାତ୍ରାରେ ଅଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ବିନିକା ତହସିଲଦାର ।

 

ରଥଯାତ୍ରା  2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.