ରାୟଗଡା, କୋରାପୁଟରେ ପ୍ରବଳ ବର୍ଷିବ, ୧୪ରେ ଆସୁଛି ଆଉ ଏକ ଲଘୁଚାପ

Published By : Prameya-News7 Bureau | July 08, 2024 IST

ଭୁବନେଶ୍ୱର ୦୮/୦୭: ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡିକରେ  କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଆସନ୍ତା ୯ରୁ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  ହୋଇପାରେ ବୋଲି କୃଷି ପାଣିପାଗବିତ୍‌ ଡ.  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ସୋମବାର ଭୁବନେଶ୍ୱରରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ପୁରୀରେ ପାଗ ମେଘମୁକ୍ତ ରହିବ । ଉପରବେଳା ହାଲୁକାରରୁ ସ୍ୱଳ୍ପ ବର୍ଷା ହୋଇପାରେ । ୮ ଓ ୯ ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ  ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି  ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.