ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର, ବାଲି ଗାଡି ଛାଡିବା ପାଇଁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | July 03, 2024 IST

ନୟାଗଡ଼ ୦୩।୦୭ : ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ । ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ବରର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। 

ଖବର ଅନୁଯାୟୀ, ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବା ପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଚଢାଉରେ ନୟାଗଡ ଏବଂ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ୍ ଅଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.