ଫତେଗଡ଼ରେ ଲଜ୍ଜାଜନକ ଘଟଣା, ରାମମନ୍ଦିର ବୁଲିବାକୁ ଆସିଥିବା ପ୍ରେମୀ ଯୁଗଳଙ୍କୁ ଅସଦାଚରଣ

Published By : Prameya-News7 Bureau | October 26, 2024 IST

ଖଣ୍ଡପଡ଼ା ୨୬।୧୦ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା  ଘଟିଛି। ରାମ ମନ୍ଦିର ବୁଲିବାକୁ ଆସିଥିବା ପ୍ରେମୀ ଯୁଗଳଙ୍କୁ ଦୁର୍ବ୍ୟବହାର  ସହ ଅସଦାଚରଣ କରିଥିବାର ଅଭିଯୋଗ ଆସିଛି । ଏହିପରିକି ସମସ୍ତ ଘଟଣାର ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । 

ଖବର ଅନୁଯାୟୀ, ଗତ ରବିବାର ଦିନ ଭୁବନେଶ୍ୱର ରୁ ଦୁଇ ପର୍ଯ୍ୟଟକ ଫତେଗଡ଼ ରାମ ମନ୍ଦିର ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ପିଠା ଖାଇ ଜଙ୍ଗଲ ଠାରେ କିଛି ଆସାମାଜିକଙ୍କ ହାବୁଡ଼ରେ ପଡିଯାଇଥିଲେ । ତେବେ ଉକ୍ତ ଆସାମାଜିକ ଯୁବକମାନେ ଯୁବତୀ ପର୍ଯ୍ୟଟକଙ୍କୁ ଅସଦାଚରଣ କରିବା ସହ ତାଙ୍କର ଭିଡିଓ ଭାଇରାଲ କରିଥିବା ଯୁବତୀ ଜଣଙ୍କ ଭୁବନେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି | ଯୁବତୀଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୋଲିସ ୩ ଜଣ ଆସାମାଜିକ ଯୁବକଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି । ତେବେ ଏ ବାବଦରେ ପୀଡିତା ଯୁବତୀ ଜଣଙ୍କ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.