ଅଟୋ ଡ୍ରାଇଭର ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ, ହତ୍ୟା କରିଥିଲେ ସ୍ୱାମୀ-ସ୍ତ୍ରୀ !

Published By : Prameya-News7 Bureau | March 10, 2025 IST

କରଞ୍ଜିଆ ୧୦।୦୩ : ପରିତ୍ୟକ୍ତ କୂଅରୁ ମୃତଦେହ ଠାବ ଘଟଣା । ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ହତ୍ୟାରେ ସାମିଲ ଥିବା ସ୍ୱାମୀ ବିଶ୍ୱନାଥ ବେହେରା  ଏବଂ ସ୍ତ୍ରୀ ରଶ୍ମିତା ବେହେରାଙ୍କୁ ଗିରଫ କରିଛି ପୋଲିସ  । ଏହି ହତ୍ୟା ପରିକ୍ରୀୟା ପ୍ରୀତି ଯୋଗୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । 

ଗତ ବୁଧବାର ଦିନ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ତେରଣ୍ଟୀ ଗାଁରେ ଥିବା ମା ତାରିଣୀ ଷ୍ଟିଲ୍‌ ପ୍ଲାଣ୍ଟ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣଙ୍କ ମୃତେଦହ ମିଳିଥିଲା । କୂଅ ଭିତରୁ ହାତଗୋଡ଼ ବନ୍ଧା ହୋଇ ଅଖା ଭିତରୁ ମୃତଦେହ ଠାବ ହୋଇଥିଲା । ମୃତକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗାଁର ଅଟୋ ଚାଳକ ନିରଞ୍ଜନ ନାଏକ ବୋଲି ଜଣାପଡିଥିଲା । ତେବେ ପୋଲିସ ମୃତଦେହକୁ ଜବତ କରି ଆରମ୍ଭ କରିଥିଲା ଛାନ୍‌ଭିନ୍‌ । ଶେଷରେ ଦୀର୍ଘ ଦିନ ପରେ ପୋଲିସ ହତ୍ୟାକାଣ୍ଡ ସଠିକ କାରଣ ବାହାର କରିଛି । 

ମିଳିଥିବା ତଥ୍ୟ ଅନୁସାରେ, ମୃତ ନିରଞ୍ଜନଙ୍କୁ ଗତ ଶିବରାତ୍ରୀ ପରଦିନ ରାତିରେ ଡାକିଥିଲେ ରଶ୍ମିତା ବେହେରା । ଏହାପରେ ସ୍ୱାମୀଙ୍କ ସହ ମିଶି ନିରଞ୍ଜନଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ ପୋଲିସ କୋର୍ଟ ଚାଲାଣ କରିଛି । ପରିକ୍ରୀୟା ପ୍ରୀତି ଲାଗି ନିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  

ସନ୍ନ୍ୟାସ ନେଇ ମୁହଁ ଖୋଲିଲେ ହିଟ୍‌ମ୍ୟାନ୍, କହିଲେ ଗୁଜବରେ ବିଶ୍ୱାସ କରନି

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.