ବନ୍ଧା ହେଲେ କୋଟିପତି ଯୁଗ୍ମ କମିଶନର, ରେଡ୍ ବେଳେ ମିଳିଛି ନଗଦ ୧୭ ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | March 07, 2025 IST

ଭୁବନେଶ୍ୱର ୦୭।୦୩ : ଗିରଫ ହେଲେ କୋଟିପତି ଯୁଗ୍ମ କମିଶନର । ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । 

ଗୁରୁବାର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଚଢାଉ ହୋଇଥିଲା । ଏକାସାଙ୍ଗେ ୯ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ପୈତୃକ ବାସଭବନ, ଅଫିସ ଆଦି ୯ଟି ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ତେବେ ଏହି ଚଢାଉରେ ଭିଜିଲାନ୍ସକୁ ମିଳିଥିଲା ସଫଳତା । ଏକ ଘରୁ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା, ଏହାସହ ଦୁଇ କେଜିରୁ ଅଧିକ ପରିମାଣର ସୁନା ମଧ୍ୟ ମିଳିଥିଲା । 

ତେବେ ଗୁରୁବାର ଭିଜିଲାନ୍ସ ଚଢାଉରେ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଥିବାର ସୂଚନା ମିଳିଛି । ଏସବୁ ମଧ୍ୟରେ ୪ଟି ବହୁତଳ କୋଟା, ୧ କୋଟି ଟଙ୍କାର ଫ୍ଲାଟ୍‌, ୧୧ଟି ପ୍ଲକ, ୧୪ ଏକ ଜମିରେ ଫାର୍ମ ହାଉସ୍‌ ରହିଛି ।  

କାନାଡା ଓ ମେକ୍ସିକୋ ପ୍ରତି ନରମିଲେ ଡୋନାଲ୍ଡ ଟ୍ରମ୍ପ; ଗୋଟିଏ ମାସ ଟାଳିଲେ ଟାରିଫ୍ ଲାଗୁ ନିଷ୍ପତ୍ତି

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.