ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା, ବୋମା ଫିଙ୍ଗି ଫେରାର ମାରିଲେ ଦୁଇ ପୁତୁରା

Published By : Prameya-News7 Bureau | March 05, 2025 IST

ଖଲ୍ଲିକୋଟ ୦୫।୦୪ : ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଅପରାଧୀ ରବି ଦାସକୁ ହତ୍ୟା କରାଯାଇଛି । ରବି ଦାସର ଦୁଇ ଜଣ ପୁତୁରା ହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ବର୍ତ୍ତମାନ ଯାଏଁ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  

ପୂର୍ବଶତ୍ରୁତାକୁ ନେଇ ରବି ଦାସ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ତିକ୍ତତା ଲାଗିରହିଥଲା। ଯାହାଫଳରେ ଦୁଇ ଜଣ ପୁତୁରା ନିଜର ଦୁଇ ଜଣ ସାଥିଙ୍କ ସହ ମିଶି ଦାଦା ତଥା ଅପରାଧୀ ରବି ଦାସଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସୂଚନା ରହିଛି । ଖଲ୍ଲିକୋଟ ଥାନା ହରିପୁର ଗାଁ ନିକଟରେ ରବି ଦାସଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟା ପରେ ଦୁଇ ପୁତୁରା ଏବଂ ଦୁଇ ସାଥୀ ଘଟଣାସ୍ଥଳରେ ବୋମା ଫିଙ୍ଗି ଫେରାର ମାରିଛନ୍ତି । 

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ କୌଣସି ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିନାହିଁ । ବାକି ଶବ ବ୍ୟବଚ୍ଛେଦ ଏବଂ ପୋଲିସର ତଦନ୍ତ ରିପୋର୍ଟ ପରେ ହତ୍ୟାର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

୪୫ ଦିନରେ ୩୦ କୋଟିର ରୋଜଗାର... କିଏ ସେ ପ୍ରୟାଗରାଜର ପିଣ୍ଟୁ ? ଯୋଗୀ ଆଦିତ୍ୟନାଥ କରୁଛନ୍ତି ପ୍ରଶଂସା କଲେ

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.