ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବଢୁଥିବା ସୁନା ଋଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ମଙ୍ଗଳସୂତ୍ର ଚୋରି ନେଇ ଆପଣ ଦେଇଥିବା ମନ୍ତବ୍ୟ ଏବେ ବାସ୍ତବ ହୋଇଛି । ଆପଣଙ୍କ ଶାସନ କାଳରେ ମହିଳାମାନେ ନିଜ ସୁନା ଅଳଙ୍କାର ଅନ୍ୟ ପାଖରେ ବନ୍ଧକ ରଖିବା ପାଇଁ ବାଧ୍ୟା ହେଉଛନ୍ତି । ମିଡିଆ ରିପୋର୍ଟକୁ ଉଲ୍ଲେଖ କରି ଖଡଗେ ଦାବି କରିଛନ୍ତି ଯେ ୨୦୧୯ରୁ ୨୦୨୪ ମଧ୍ୟରେ ୪ କୋଟି ମହିଳା ସେମାନଙ୍କ ସୁନା ଗହଣା ବନ୍ଧା ପକାଇ ୪.୭ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ଦାବି କରିଛନ୍ତି ଯେ ୨୦୨୪ରେ ମୋଟ ଋଣର ୩୮ ପ୍ରତିଶତ ମହିଳାମାନେ ସୁନା ଲୋନ୍ ଆକାରରେ ନେଇଥିଲେ । ୨୦୨୫ ଫେବ୍ରୁଆରୀର ଡାଟା ଦର୍ଶାଉଛି ଯେ ବର୍ଷକ ଭିତରେ ସୁନା ଲୋନ୍ ୭୧.୩ ପ୍ରତିଶତ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ବେଳେ ପିଏମ୍ ମୋଦୀ କହିଥିଲେ ଯେ କଂଗ୍ରେସ ଆପଣଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ଓ ଲୋକଙ୍କ ସମ୍ପତ୍ତି ବଣ୍ଟନ କରିବ ।
.@narendramodi जी,
— Mallikarjun Kharge (@kharge) March 5, 2025
1. आपने "मंगलसूत्र चुरा कर ले जाने" वाली बात की थी। वो अब सच हो गई। आपके ही राज में महिलाओं को अपने सोने के गहनों को गिरवी रखने पर मजबूर कर दिया है।
2019 से 2024 के बीच 4 करोड़ महिलाओं ने अपने सोने को गिरवी रख 4.7 लाख़ करोड़ का लोन लिया है। 2024 में… pic.twitter.com/J06VZi7fDU
ଖଗଡେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ଅର୍ଥନୀତିକୁ ଅତି ଖରାପ କରିଦେଇଛନ୍ତି । ମଧ୍ୟବିତ୍ତ ପରିବାର ଯେଉଁମାନେ ଲୋନ କରି ଦୁଇଚକିଆ ଗାଡ଼ି କିଣିଛନ୍ତି ସେମାନେ ଏବେ ଏହାକୁ ପରିଶୋଧ କରିପାରୁନାହାନ୍ତି । ଡିଫଲର୍ଟଙ୍କ ବଢୁଥିବା ସଂଖ୍ୟାକୁ ଦେଖି ଫାଇନାନ୍ସ କମ୍ପାନି ୨୦୧୯ ପରେ ପ୍ରଥମ ଥର ପାଇଁ ଋଣ ଦେବା ହ୍ରାସ କରିଥିବା ସେ ଦାବି କରିଛନ୍ତି । ଯେଉଁଥି ପାଇଁ ୨୦୨୫ ଫେବ୍ରୁଆରୀ ଟୁ-ହ୍ୱିଲର ବିକ୍ରି ୬ ପ୍ରତିଶତ ହ୍ରାସ ପାଇଥିବା ସେ ଦାବି କରିଛନ୍ତି ।