କଟକ ୦୫।୦୪ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ । ରାଜ୍ୟ ସରକାରଙ୍କ ପଞ୍ଚୟତିରାଜ ଦିବସର ଛୁଟି ବାତିଲକୁ ନେଇ ଜୋର ଧରିଛି ରାଜନୀତି । ଏହିକ୍ରମରେ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଏହା ହୀନ ରାଜନୀତି । ବିଜୁ ବାବୁଙ୍କୁ ଅସମ୍ମାନ କରିବା, ଓଡି଼ଆ ଅସ୍ମିତାକୁ ଧକ୍କା ମାରିବା ସହିତ ସମାନ । ଓଡ଼ିଆ ଜାତି ଏହାକୁ ବରଦାସ୍ତ କରିବ ନାହିଁ। ଉଦ୍ଦେଶ୍ୟମୂଳକ ଭାବରେ ବିଜୁବାବୁଙ୍କୁ ତଳେ ପକାଇବାକୁ ଚେଷ୍ଟା କରିଛି ବିଜେପି ସରକାର।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ଦେଶର ଜାତୀୟ ପତାକା ବିଜୁ ବାବୁଙ୍କ ମରଶରୀର ଉପରେ ପଡ଼ିଥିଲା, ଏପରି ସୌଭାଗ୍ୟ କୌଣସି ରାଜନେତାଙ୍କୁ ମିଳିନାହିଁ। ଦେଶର ସ୍ଵାଧୀନତା ସଂଗ୍ରାମରେ ବା ନୂତନ ଓଡ଼ିଶା ନିର୍ମାଣରେ ଯେଉଁ ମାନଙ୍କର କୌଣସି ଅବଦାନ ନାହିଁ, ସେହିଭଳି ବ୍ୟକ୍ତିମାନେ ବିଜୁବାବୁଙ୍କ ସ୍ମୃତିକୁ ହଜେଇ ଦେବାର ଅପଚେଷ୍ଟା କରୁଛନ୍ତି। ଯାହାକୁ ଆମେ ସଫଳ ହେବାକୁ ଦେବୁ ନାହିଁ। ଯାହାର ପରିଚୟ ସାରା ବିଶ୍ବରେ ଅଛି ତାଙ୍କୁ ଅସମ୍ମାନ କରୁଛନ୍ତି ।