ମୁମ୍ଵାଇ ୦୫।୦୩; ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଶ୍ରୀଲୀଳାଙ୍କୁ ଦେଖିବାକୁ ମିଳୁଛି। ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ବନ୍ଧୁତା ଏବଂ ସେମାନଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନା ସମସ୍ତଙ୍କ ମୁହଁରେ। ଏହି ଭିଡିଓରେ, ଦୁହେଁ ଏକ ଫ୍ୟାମିଲି ପାର୍ଟିରେ ଦେଖିବାକୁ ମିଳିଛନ୍ତି । ସେହି ସମୟରେ ଶ୍ରୀଲୀଳା କ୍ୟାମେରାକୁ ଦେଖି ଲୁଚିବାକୁ ଲାଗିଛନ୍ତି, କାର୍ତ୍ତିକ ଜୋରରେ ହସି ଉଠିଛନ୍ତି। ଏବେ ଜାଣିବା ଏହି ଭିଡିଓ କାହିଁକି ଭାଇରାଲ ହେଉଛି ଏବଂ ଏହା ପଛରେ କାରଣ କଣ ?
ଭାଇରାଲ ଭିଡିଓରେ କାର୍ତ୍ତିକ ଏବଂ ଶ୍ରୀଲୀଲାଙ୍କୁ ଦେଖିବାକୁ ମିଳିଛି
କାର୍ତ୍ତିକ ତାଙ୍କ ଭଉଣୀ ଡକ୍ଟର କୃତିକା ତିୱାରୀଙ୍କ ସଫଳତାକୁ ପାଳନ କରିବା ପାଇଁ ଏକ ଫ୍ୟାମିଲି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ କେବଳ ପରିବାର ସଦସ୍ୟ ଉପସ୍ଥିତ ଥିଲେ, କିନ୍ତୁ ଶ୍ରୀଲୀଳାଙ୍କ ଉପସ୍ଥିତି ଏହି ପାର୍ଟିକୁ ଆହୁରି ସ୍ୱତନ୍ତ୍ର କରିଥିଲା। ଭିଡିଓରେ, ଶ୍ରୀଲୀଲା ଏବଂ ଅନ୍ୟମାନେ ବ୍ୟାକ୍ଗ୍ରାଉଣ୍ଡରେ ପୁଷ୍ପା ୨ ର କିସକି ଗୀତରେ ନାଚୁଥିବାର ଦେଖାଯାଉଛି। କିନ୍ତୁ ଶ୍ରୀଲିଲା କ୍ୟାମେରା ଦେଖିବା ମାତ୍ରେ ଲୁଚିଯାଇ ନିଜ ମୁହଁ ଲୁଚାଇ ଦିଅନ୍ତି। ଏଥିରେ କାର୍ତ୍ତିକ ଜୋରରେ ହସୁଥିବାର ଦେଖାଯାଆନ୍ତି। ଯାହା ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଏବଂ ପାରସ୍ପରିକ ବନ୍ଧୁତାକୁ ଦର୍ଶାଉଛି।
କାର୍ତ୍ତିକ ଏବଂ ଶ୍ରୀଲୀଲାଙ୍କ ଡେଟିଂ ଗୁଜବ
ଏହି ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ଏବଂ କ୍ୟାମେରା ସାମ୍ନାର ଏହି ସୁନ୍ଦର ମୁହୂର୍ତ୍ତ ବିଷୟରେ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଯଦି ସେମାନଙ୍କର ଅଫ୍-ସ୍କ୍ରିନ୍ କେମେଷ୍ଟ୍ରି ଏତେ ଭଲ, ତେବେ ଏହି ଦୁଇଜଣ ଫିଲ୍ମରେ କେତେ ଭଲ କରିବେ!' ଅନ୍ୟ ଜଣେ ମଜା କରି କହିଛନ୍ତି, 'ଏମାନେ ଦୁଇଜଣ ଡେଟ୍ କରୁଛନ୍ତି କି?' ଏବେ ଦୁହିଁଙ୍କ ବିଷୟରେ ଡେଟିଂ ଗୁଜବ ଉଠୁଛି। ହେଲେ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଏହି ବିଷୟରେ ପ୍ରତିକ୍ରିୟା ଦେଇନାହାଁନ୍ତି।
କହିବାକୁ ଗଲେ ଦୁହେଁ ଖୁବ୍ ଶୀଘ୍ର ଅନୁରାଗ ବାସୁଙ୍କ ଫିଲ୍ମରେ ଏକାଠି ନଜର ଆସିବେ। ପ୍ରଥମେ ଏହି ଫିଲ୍ମର ନାମ ଆଶିକି ୩ ହେବ ବୋଲି ଗୁଜବ ଥିଲା, କିନ୍ତୁ କିଛି କାରଣରୁ ଏପର୍ଯ୍ୟନ୍ତ ଫିଲ୍ମର ନାମ ପ୍ରକାଶ କରାଯାଇ ନାହିଁ। ଗତ ମାସରେ ରିଲିଜ୍ ହୋଇଥିବା ଟିଜରରେ କାର୍ତ୍ତିକଙ୍କୁ ଷ୍ଟେଜରେ ଜଣେ ରକଷ୍ଟାର ଅବତାରରେ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା। ଟିଜରରେ ଶ୍ରୀଲୀଲାଙ୍କ ଏକ ଝଲକ ମଧ୍ୟ ନଜର ଆସିଥିଲା। ଯାହା ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିଛି।