ମୁମ୍ଵାଇ ୦୫।୦୩; ବି ଟାଉନ୍ର ହଟ୍ କପଲ ଭାବରେ ଜଣାଶୁଣା ତମନ୍ନା ଭାଟିଆ ଏବଂ ବିଜୟ ବର୍ମା । ଦୁହେଁ ତାଙ୍କ ଲଭ ଲାଇଫ୍କୁ ନେଇ ସବୁବେଳେ ଲାଇମ୍ ଲାଇଟରେ ରୁହନ୍ତି । କିନ୍ତୁ ଏବେ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । କିଛି ବର୍ଷ ଧରି ଡେଟିଂ କରିବା ପରେ, ଏହି କପଲ ପ୍ରେମ ସମ୍ପର୍କର ଅନ୍ତ ଘଟାଇଛନ୍ତି । ଅଧାରେ ରହିଗଲା ବିଜୟ-ତମନ୍ନାଙ୍କ ପ୍ରେମ କାହାଣୀ । ବ୍ରେକଅପ୍ ଖବର ଭିତରେ ତମନ୍ନା ଏବଂ ବିଜୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରୁ ଫଟୋ ମଧ୍ୟ ଡିଲିଟ୍ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ତମନ୍ନା ଏବଂ ବିଜୟଙ୍କ କିଛି ସପ୍ତାହ ପୂର୍ବରୁ ବ୍ରେକ୍ଅପ୍ ହୋଇଛି । କିନ୍ତୁ ଏହି ଖବରକୁ ନେଇ ଉଭୟ ଏଯାଏଁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସେପଟେ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ପ୍ରଶଂସକମାନେ ତମନ୍ନା ଏବଂ ବିଜୟଙ୍କ ବିବାହକୁ ଅପେକ୍ଷା କରିଥିଲେ । ଯେତେବେଳେ ଉଭୟଙ୍କୁ ଏକାଠି ଦେଖାଯାଉଥିଲା କେବଳ ଗୋଟିଏ ପ୍ରଶ୍ନ ପଚରା ଯାଉଥିଲା ତାହା ହେଉଛି ଉଭୟ କେବେ ବିବାହ କରିବେ । କିନ୍ତୁ ଏବେ ଏହି ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଇନଷ୍ଟାଗ୍ରାମରେ ତମନ୍ନା ଏବଂ ବିଜୟଙ୍କର ଆଉ ଏକାଠି ଗୋଟିଏ ବି ଫଟୋ ନାହିଁ । ଉଭୟଙ୍କ ଫଟୋ ଡିଲିଟ ହେବା ପରଠୁ ସେମାନଙ୍କ ବ୍ରେକଅପ୍ ଖବର ଜୋର ଧରିଛି । କିଛି ସପ୍ତାହ ପୂର୍ବରୁ ହିଁ ଉଭୟଙ୍କର ବ୍ରେକ୍ଅପ୍ ହୋଇଛି । କିନ୍ତୁ ଦୁହେଁ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତମନ୍ନା ଏବଂ ବିଜୟ ଉଭୟେ ନିଜ କାମ ଉପରେ ଧ୍ୟାନ ଦେଉଛନ୍ତି ।
ଲଷ୍ଟ ଷ୍ଟୋରିଜ୍-୨ର ପ୍ରମୋସନ ସମୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ସେମାନଙ୍କ ରିଲେସନସିପ୍କୁ ଅଫିସିଆଲ କରିଥିଲେ । ବିଜୟ ଏବଂ ତମନ୍ନା ପାପାରାଜି ଆଗରେ ଏକାଠି ପୋଜ୍ ଦେବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଯେତେବେଳେ ବି ଦୁହେଁ ଏକାଠି ଦେଖାଯାଉଥିଲେ, ସେମାନେ ନିଶ୍ଚିତ ଭାବରେ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିଲେ । କେବଳ ଏତିକି ନୁହେଁ, ସେମାନେ ଏକାଠି ବିଭିନ୍ନ ବଲିଉଡ୍ ଆୱାର୍ଡ ଶୋ‘ ମଧ୍ୟ ଯୋଗ ଦେଉଥିଲେ।