ମୁମ୍ଵାଇ ୦୪।୦୩; ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ମାର୍ଚ୍ଚ ୩ତାରିଖରେ ଶ୍ରଦ୍ଧା ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଥିଲେ। ଗତ କିଛି ଦିନ ଧରି ଏହି ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶ୍ରଦ୍ଧା ବର୍ତ୍ତମାନ ତାଙ୍କ ସମ୍ପର୍କକୁ ନେଇ ଲାଇମ ଲାଇଟ୍କୁ ଆସିଛନ୍ତି।ହେଲେ ଶ୍ରଦ୍ଧା କେବେବି ତାଙ୍କ ସମ୍ପର୍କକୁ ସ୍ୱୀକାର କରିନାହାଁନ୍ତି। କିନ୍ତୁ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ଯେ ସେ ରାହୁଲ ମୋଦିଙ୍କୁ ଡେଟ୍ କରୁଛନ୍ତି।
ରାହୁଲ ମୋଦିଙ୍କ ସହ ଜନ୍ମଦିନ ପାଳନ କଲେ ଶ୍ରଦ୍ଧା
ଗତ କିଛି ଦିନ ଧରି ଶ୍ରଦ୍ଧା କପୁରଙ୍କ ଜନ୍ମଦିନ ପାଳନ ଖବର ଚର୍ଚ୍ଚାରେ ରହିଛି। ଏହି ସ୍ୱତନ୍ତ୍ର ଦିନଟିକୁ ପାଳନ କରିବା ପାଇଁ, ଦୁହେଁ ମୁମ୍ବାଇ ବାହାରେ ସମୟ ବିତାଇଥିଲେ ଏବଂ ତା’ପରେ ଗେଟୱେ ଅଫ୍ ଇଣ୍ଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଦୁହେଁ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ, ରାହୁଲ ମୋଦି ଏବଂ ଶ୍ରଦ୍ଧା କପୁରଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଉଭୟଙ୍କୁ ଅନେକ ଥର ଏକାଠି ଦେଖାଯାଇଥିଲା
ଶ୍ରଦ୍ଧା ଏବଂ ରାହୁଲଙ୍କ ଯୋଡ଼ି ବର୍ତ୍ତମାନ ଗଣମାଧ୍ୟମର ବିଶେଷ ନଜରରେ ଅଛି। ଏହା ପୂର୍ବରୁ ମଧ୍ୟ ଉଭୟଙ୍କୁ ଅନେକ ପବ୍ଲିକ ପ୍ଲେସ୍ରେ ଏକାଠି ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ଅହମ୍ମଦାବାଦରେ ଏକ ବିବାହ ରିସେପ୍ସନ ସମୟରେ ଦୁହେଁ ଏକାଠି ହୋଇଥିଲେ। ଏହି ଅବସରରେ ଶ୍ରଦ୍ଧା ସୋସିଆଲ ମିଡିଆରେ ଗୁପ୍ଚୁପ୍ ଖାଉଥିବାର ଫଟୋ ମଧ୍ୟ ସେୟାର କରିଥିଲେ। ଯାହା ସେମାନଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନାକୁ ଆହୁରି ବଢାଇଛି।
ଏସବୁ ମଧ୍ୟରେ ଶ୍ରଦ୍ଧା କପୁରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌତୁହଳ ବୃଦ୍ଧି ପାଉଛି। ଯଦିଓ ଶ୍ରଦ୍ଧା କପୁର ତାଙ୍କ ସମ୍ପର୍କ ବିଷୟରେ ମୌନ, ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଏବଂ ଭିଡିଓରୁ ସ୍ପଷ୍ଟ ଯେ ସେ ରାହୁଲ ମୋଦିଙ୍କ ଉପରେ ଖୁସି। ସେମାନଙ୍କ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ସେମାନେ ଦୁହେଁ କେବେ ନା କେବେ ସେମାନଙ୍କ ପ୍ରେମ କାହାଣୀକୁ ସାର୍ବଜନୀନ ଭାବରେ ଗ୍ରହଣ କରିବେ।