ଭୁବନେଶ୍ୱର ୦୪/୦୩: ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନେଇ ମୋହନ ସରକାରଙ୍କ ବିଜ୍ଞପ୍ତି ପରେ, ବର୍ଷିଛନ୍ତି ବିଜେଡି ନେତା ରାଜା ସ୍ୱାଇଁ । କହିଲେ ହୀନମନ୍ୟତାର ପରିଚୟ ଦେଇଛି ବିଜେପି ସରକାର । କାରଣ ସେମାନଙ୍କ ସ୍ୱାଧୀନତା ସଂଗ୍ରାମୀ ନେତା କେହି ନାହାନ୍ତି । ସରକାର ଏବେ ପରିଚୟ ସଂକଟରେ ଅଛନ୍ତି । ଅସନ୍ତୋଷ ବଢୁଛି ଲୋକଙ୍କ ଭିତରେ । ବିଜୁ ପଟ୍ଟନାୟକଙ୍କ ଅନ୍ୟ ନାଁ ଓଡ଼ିଆ ଅସ୍ମିତା ।
ଭାରତରେ ଯଦି ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ନାଁ ଆସେ, ସେଥିରେ ବିଜୁ ବାବୁ ଆସନ୍ତି । ନୂଆ ସରକାର ଆସି ସରକାରୀ କ୍ୟାଲେଣ୍ଡର ଓ ଡାଏରି ବାଣ୍ଟିଲେ । ଏଥିରେ ନାଲିରେ ଚିହ୍ନଟ ହୋଇଛି ପଂଚାୟତିରାଜ ଦିବସ ଭାବେ ମାର୍ଚ୍ଚ ପାଞ୍ଚ ଛୁଟି । ହଠାତ କଣ ହେଲା ଦୁଇ ଦିନ ପୂର୍ବରୁ ଏହାକୁ ବାତିଲ କଲେ ଓ ପଂଚାୟତିରାଜ ଦିବସ ପାଳନ ହେବନି ବୋଲି କହିଲେ । ସରକାର ନିଜ ଛୋଟ ମନ ଦେଖନ୍ତୁ ନାହିଁ । କାହାକୁ ସମ୍ମାନ ଦେବାରେ ଏତେ ଅସୁଵିଧା କଣ?
ରାଜ୍ୟରେ ନୂତନ ସରକାର ଗତ ବର୍ଷ ଜୁନ ମାସରେ ଆସିଲା ପରେ ସଙ୍ଗେ ସଙ୍ଗେ ଗତବର୍ଷର ସରକାରୀ କ୍ୟାଲେଣ୍ଡର ଓ ସରକାରୀ ଡାଏରୀକୁ ପରିବର୍ତ୍ତନ କରି ନୂଆ କ୍ୟାଲେଣ୍ଡର ଓ ଡାଏରୀ କରି ବାଣ୍ଟିଥିଲେ । ସେହିପରି ଚଳିତ ବର୍ଷ ତଥା ୨୦୨୫ ମସିହାରେ ସରକାରୀ କ୍ୟାଲେଣ୍ଡର ଓ ଡାଏରୀ ଏହି ସରକାର ସରକାରୀ ପ୍ରେସରେ ପ୍ରିଣ୍ଟ କରି ବାଣ୍ଟିଛନ୍ତି । ସେଥିରେ ନାଲି ରଙ୍ଗରେ ସମସ୍ତ ସରକାରୀ ଛୁଟି ଦିବସ ଉଲ୍ଲେଖ କରାଯାଇଛି, ସେଥି ମଧ୍ୟରୁ ଗୋଟିଏ ଛୁଟି ଦିବସ ଅଛି ମାର୍ଚ୍ଚ ୫ ତାରିଖ ଏବଂ ଏହାକୁ ପଞ୍ଚାୟତି ରାଜ ଦିବସ ଭାବେ ପବ୍ଲିକ ହଲିଡେ ଭାବେ ନାଲି ରଙ୍ଗରେ ଚିହ୍ନିତ କରିଛନ୍ତି ।
ଚଳିତ ବର୍ଷ ୨୦୨୫ ମସିହାରେ କେଉଁ ଦିନ ଗୁଡିକ ପବ୍ଲିକ ହଲିଡେ ତାହାର ନୋଟିଫିକେସନ ଏହି ସରକାର ବର୍ଷ ଆରମ୍ଭରୁ ଜାରି କରିଛନ୍ତି । ଏହି ପବ୍ଲିକ ନୋଟିଫିକେସନ ଇସ୍ୟୁ ହେବା ପୂର୍ବରୁ ରାଜ୍ୟ ସରକାର ସ୍ଥିର ଚିତ୍ତରେ ବିଚାର କରି କେଉଁ ଦିନ ଗୁଡିକ ପବ୍ଲିକ ହଲିଡେ ଗୁଡିକ ତାହା ନିର୍ଦ୍ଧାରଣ କରିଥିଲେ, ତନ୍ମଧରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଭାବେ ଛୁଟିଦିନ ଭାବେ ନିର୍ଦ୍ଧାରଣ କରିଥିଲେ ।
କିନ୍ତୁ ହଠାତ କ'ଣ ହେଲା ଯେ, ଠିକ ୨ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ମାର୍ଚ୍ଚ ୫ ତାରିଖକୁ ଛୁଟିଦିନ କ୍ୟାନସେଲ୍ କରି ଏହାକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ ନ କରିବାକୁ ନିଷ୍ପଭି ନେଲେ ।
ରାଜ୍ୟ ସରକାର ବର୍ତମାନ ଯାହା କଲେ ତାହା ତାଙ୍କର ହୀନମନ୍ୟତାର ପରିଚୟ ଓ ଏହା ଓଡିଆ ଅସ୍ମିତାର ପରିପନ୍ଥୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଓଡିଆ ଅସ୍ମିତାର ପ୍ରତୀକ । ଏହାକୁ ଆମେ ନିନ୍ଦା କରୁଛୁ । ବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି ।
ଗାନ୍ଧୀଙ୍କ ଆନ୍ଦୋଳନକୁ ବେଈମାନୀ କରିଥିବା ନେତା ଅଲଗା ଦଳରେ, ସେ ଏବେ ବିଜେପିରେ । ସେମାନେ କଣ ଜାଣିବେ ସ୍ୱାଧୀନତା ସଂଗ୍ରାମ କଥା । ଏମାନେ ଦେଶ କି ଜାତୀୟ ପତାକାକୁ ପ୍ରେମ କରନ୍ତି ନାହିଁ । ଏ କଥା ବିଧାନସଭାରେ ଉଠାଇବୁ । ବିଜେପି ଆମ ସହ ୨୦୦୯ ଯାଏଁ ଥିଲା । ସେ ସମୟରେ ତ ବିରୋଧ କଲେ । ଇତିହାସ କଳୁଷିତ କରୁଛି ବିଜେପି ।