ଭୁବନେଶ୍ୱର ୦୪/୦୩: ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ । ସେ ଆଜି ୬୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶୁଭେଛୁ ମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କେକ୍ କାଟି ତାଙ୍କ ସହ ଏହି ଖୁସିର ମୁହୂର୍ତ୍ତ ପାଳନ କରାଯାଇଥିଲା ।
ଦୀର୍ଘ ସାଢେ ତିନି ଦଶନ୍ଧିର ରାଜନୈତିକ କ୍ୟାରିୟରରେ ପ୍ରମିଳା ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଛନ୍ତି । ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ସୁଚାରୁ ଭାବେ ଗୃହ ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି ।
୧୯୬୩, ୪ ମାର୍ଚ୍ଚରେ ଜନ୍ମ ଯାଜପୁର ଜିଲ୍ଲାର ମସରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ପବନ ମଲ୍ଲିକ । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ପ୍ରମିଳା ଦାମୋଦର ମଲ୍ଲିକଙ୍କୁ ବିବାହ କରିଥିଲେ । ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ।
ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ପ୍ରମିଳା ମଲ୍ଲିକ ପ୍ରଥମେ ଜନତା ଦଳ ସହ ରାଜନୀତିରେ ସକ୍ରିୟ ଥିଲେ । ସେ ୧୯୯୦ ଓଡ଼ିଶା ନିର୍ବାଚନରେ ପ୍ରଥମ ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନତା ଦଳର ପ୍ରତିନିଧି ଭାବରେ ସେ ବିଞ୍ଝାରପୁର ବିଧନସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।
୨୦୦୦ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ବିଞ୍ଝାରପୁରରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାକୁ, ୨୦୦୯ ମସିହାରେ ୧୪ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୧୪ ମସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।
୨୦୦୪ ମସିହାରେ ପ୍ରମିଳା ପ୍ରଥମ ଥର ପାଇଁ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ହୋଇ ଥିଲେ । ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଥିଲେ । ପ୍ରଥମ ଥର ପାଇଁ ସେ ୧୮ ମଇ ୨୦୦୪ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ୨୬ ଜୁଲାଇ ୨୦୦୪ ଯାଏଁ ମନ୍ତ୍ରୀମଣ୍ଡଳରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ ୨୨ ସେପ୍ଟେମ୍ବର ୨୦୦୪ରୁ ୭ ଫେବୃଆରୀ ୨୦୧୧ ଯାଏଁ ସେ ମନ୍ତ୍ରୀମଣ୍ଡଳରେ ରହିଥିଲେ ।
୨୦୨୩ ମସିହାରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ବିଧାନ ସଭାରେ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା । ସେ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ।