ଲେଖି କି ନିଅନ୍ତୁ ନିତୀଶ କୁମାର ରହିବେ ନାହିଁ ମୁଖ୍ୟମନ୍ତ୍ରୀ, ବିଜେପିକୁ ପିକେଙ୍କ ଚ୍ୟାଲେଞ୍ଜ

Published By : Prameya-News7 Bureau | March 06, 2025 IST

News7

ପାଟନା:  ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଏବେଠୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି। ନିର୍ବାଚନୀ ବୈତରଣୀ ପାରି ହେବାକୁ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି ସବୁ ରାଜନୈତିକ ପାର୍ଟି। ଏହି କ୍ରମରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ବଡ଼ ଦାବି କରିଛନ୍ତି ଯେ, ବିହାର ନିର୍ବାଚନ ଫଳାଫଳ ପରେ ନୀତିଶ କୁମାର ଆଉ ମୁଖ୍ୟମନ୍ତ୍ରୀ ପଦରେ ନ ଥିବେ। ଗୁରୁବାର ମୋତିହାରିରେ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଶାନ୍ତ କିଶୋର। 

ପ୍ରଶାନ୍ତ କିଶୋର କହିଛନ୍ତି, ଏନଡିଏ ପକ୍ଷରୁ ଚେହେରା ଘୋଷଣା କରାଯାଇନି। ଆମେ ଦାବି କରୁଛୁ ଏନଡିଏ ପକ୍ଷରୁ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷିତ କରାଯାଉ। ଏନଡିଏର ଯଦି ଦମ ଅଛି ଯାହାଙ୍କ ଚେହେରାରେ ସରକାର ଚଲାଉଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାନ୍ତୁ। ବିଶେଷ କରି ବିଜେପିର ଯଦି ଦମ୍ ଅଛି ତେବେ ଘୋଷଣା କରନ୍ତୁ ଯେ, ବିହାରରେ ଏନଡିଏର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ। 

ପ୍ରଶାନ୍ତ ଏହା ମଧ୍ୟ କହିଛନ୍ତି, ଏ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ କିମ୍ବା ଅମିତ ଶାହ ଏହା କହି ନାହାନ୍ତି ଯେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ। ଯେଉଁ ଲୋକେ ବିହାରର ରାଜନୀତି ଦେଖୁଛନ୍ତି ଏବଂ ବୁଝୁଛନ୍ତି ସେମାନଙ୍କୁ ଜଣା ଯେ, ନୀତିଶ କୁମାର ଆଉ ନଭେମ୍ବର ମାସ ପରେ ମୁଖ୍ୟମନ୍ତ୍ରୀ ନ ଥିବେ। ବିହାରର ପରିଣାମ ଯାହା କିଛି ବି ହେଉ, ଏନଡିଏକୁ ସଫଳତା ମିଳୁ, କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ  ହେବ ତାର ନିଷ୍ପତ୍ତି ମୋଦୀ ଓ ଶାହ ନେଇଥାନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.