ଦୁଇ ହାତୀଙ୍କ ସଂଘର୍ଷରେ ଚାଲିଗଲା ଗୋଟେ ଦନ୍ତାର ଜୀବନ

Published By : Prameya-News7 Bureau | March 03, 2025 IST

କାମାକ୍ଷାନଗର ୦୩।୦୩ : ଦୁଇ ହାତୀଙ୍କ ସଂଘର୍ଷରେ ଚାଲିଗଲା ଗୋଟେ ହାତୀର ଜୀବନ । ଢେଙ୍କାନାଳ ଜିଲ୍ଲା ଅଁଳାବରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁର ଚାଷ ଜମିରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ଦନ୍ତାର ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।   

ଖବର ଅନୁଯାୟୀ, ଜାମୁଝରା ଗାଁ ପାଖ ଚାଷ ଜମିରେ ଦୁଇ ଦନ୍ତା ହାତୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଦୀର୍ଘ ସମୟ ଧରି ଲଢେଇ କରିବା ପରେ ଘଟଣାସ୍ଥଳରେ ହିଁ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.