ନିଜେ ପୋଛିଦେଲା ନିଜ ମଥାର ସିନ୍ଦୁର, ସ୍ୱାମୀକୁ ମାରି ସ୍ତ୍ରୀର ଆତ୍ମସମର୍ପଣ

Published By : Prameya-News7 Bureau | March 03, 2025 IST

ଯାଜପୁର ୦୩।୦୩ : ସ୍ତ୍ରୀ ପୋଛିଦେଲା ନିଜ ମଥାର ସିନ୍ଦୁର । ସ୍ୱାମୀକୁ ହତ୍ୟା କରି ମାଟିରେ ପୋତିଦେଲା ସ୍ତ୍ରୀ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ପଞ୍ଚାୟତ ଡୁବିଖାଲ ଗାଁରୁ ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଡୁବିଖାଲ ଗାଁର ମୋରା ଦେଓଗମ୍‌ଙ୍କ ଝିଅ ଗୁମାରୀ ମୁଣ୍ଡା ନିଜ ସ୍ୱାମୀ ବାବୁଲି ମୁଣ୍ଡାଙ୍କୁ ପାରିବାରିକ ବିବାଦରୁ ହତ୍ୟା କରିଥିଲେ । ଏହାପରେ ନିଜ ବାଡ଼ି ପଛପଟେ ପୋତି ଦେଇଥିଲେ । ହତ୍ୟା ପରେ ଅଭିଯୁକ୍ତ ପତ୍ନୀ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିବା ସହ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ସୋମବାର ଦିନ ସାଇଣ୍ଟିଫିକ୍‌ ଟିମ୍‌ର ଉପସ୍ଥିତିରେ ମାଟି ତଳେ ପୋତା ହୋଇଥିବା ମୃତଦେହକୁ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି । ମାଟିତଳୁ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ମଧ୍ୟ ପଠାଯିବାର ସୂଚନା ମିଳିଛି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.