ରାତିରୁ ନିଖୋଜ ଥିଲେ ତିରିସା, ଦିନକ ପରେ ଗାଁଠୁ ୩ କିମି ଦୂରରେ ମିଳିଲା ମୃତଦେହ

Published By : Prameya-News7 Bureau | March 03, 2025 IST

ମୋହନା ୦୩।୦୩ : ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଗାଁର ଅଘଟଣ । ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତକଙ୍କ ନାମ ତିରିସା ମୁଠାମାଝୀ ବୋଲି ଜଣାପଡିଛି । ଗାଁ ଠାରୁ ତିନି କିଲୋମିଟର ଦୂରରେ ଠାବ ହୋଇଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ଅଡ଼ବା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ ହତ୍ୟାର ସଠିକ କାରଣ ଜଣାପଡିନାହିଁ । 

ମିଳିଥିବା ଖବର ଅନୁସାରେ , ରବିବାର ତିରିଶା ମୁଠାମାଝୀ କୌଣସି କାମରେ ନିଜ ବାଇକରେ ପାଣିଗଣ୍ଡା ଯାଇଥିଲେ । ବିଳମ୍ବିତ ରାତି ଯାଏଁ ସେ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ତଥାପି ତାଙ୍କୁ ପାଇନଥିଲେ । ଶେଷରେ ସୋମବାର ଦିନ ସକାଳ ସମୟରେ କଟାମା ଗାଁ ନିକଟରୁ ବାଇକ୍‌ ମିଳିଥିଲା ଏବଂ ବାଇକ୍‌ ନିକଟର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ତେବେ ମୃତ ତିରିସା ଗତ ବର୍ଷ ସିମନ ମାଝୀ ହତ୍ୟା ଘଟଣାରେ ସେ ସାକ୍ଷୀ ଥିଲେ l ତେଣୁ ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ହତ୍ୟା ପରେ ତାଙ୍କ ନିଜ ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ଆଣି ଗାଁ ଠାରୁ ପ୍ରାୟ ୩ କିଲୋମିଟର କଟାମା ଗାଁ ନିକଟରେ ପିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ l ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଲୋକେ l

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.