ସଂସଦରେ ଅଗ୍ନିବୀର ତାତି, ରାହୁଲଙ୍କ ଅଭିଯୋଗର କ’ଣ ଜବାବ ଦେଲେ ରାଜନାଥ ?

Published By : Prameya-News7 Bureau | July 01, 2024 IST

ନୂଆଦିଲ୍ଲୀ୧/୭: ଅଗ୍ନିବୀର ପ୍ରସଙ୍ଗରେ ସଂସଦରେ ତାତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସଂସଦରେ ଅଗ୍ନିବୀର ଯୋଜନାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଅଗ୍ନିବୀରଙ୍କ ମୃତ୍ୟୁ ହେଲେ ମୋଦି ସରକାର ସେମାନଙ୍କୁ ସହିଦର ମାନ୍ୟତା ଦେଉନାହାନ୍ତି କି କ୍ଷତିପୂରଣ ମିଳୁନି । କଂଗ୍ରେସ କ୍ଷମତାକୁ ଆସିଲେ ଏହି ଯୋଜନା ହଟାଇଦେବ । ଅଗ୍ନିବୀର ଯୋଜନା ସେନାର ନୁହେଁ ଏହା PMOର ସ୍କିମ୍‌ ବୋଲି ଆକ୍ଷେପ କରିଛନ୍ତି ରାହୁଲ । ଯାହାର କଡା ଜବାବ ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅଗ୍ନିବୀର ସହିଦଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେଇଥାନ୍ତି ସରକାର । ଅଗ୍ନିବୀରଙ୍କୁ ନେଇ ଭୁଲ ବୟାନ ଦେଉଛନ୍ତି ରାହୁଲ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.