ଝାଡ଼ଖଣ୍ଡରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା, ଜେଲରୁ ମୁକ୍ତି ପରେ ଇଣ୍ଡି ମେଣ୍ଟ ବିଧାୟକଙ୍କ ସହ ହେମନ୍ତ ସୋରେନଙ୍କ ବୈଠକ

Published By : Prameya-News7 Bureau | July 03, 2024 IST

ନୂଆଦିଲ୍ଲୀ: ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡିର ବିଧାୟକ ଦଳ ବୈଠକରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ସରକାରଙ୍କ ମୁଖ୍ୟ ଚୟନ କରାଯାଇଛି । କଥିତ ଜମି ଦୁର୍ନୀତି ମାମଲାରେ ସୋରେନଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପଇ ସୋରେନ ଇସ୍ତଫା ଦେବେ । ଏହାପରେ ତାଙ୍କୁ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ । ବର୍ତ୍ତମାନ ସମୟରେ ହେମନ୍ତ ସୋରେନ ଶାସକ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲା ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଜୁନ୍ ୨୮ରେ ଜେଲରୁ ବାହାରକୁ ଆସିଥିଲେ । ହେମନ୍ତ ସୋରେନ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନିଜର ସବୁଠୁ ଘନିଷ୍ଠ ଏବଂ ବିଶ୍ୱାସନୀୟ ସହଯୋଗୀ ଚମ୍ପଇ ସୋରେନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଥିଲେ । ଚମ୍ପଇ ସୋରେନ ଫେବ୍ରୁଆରୀ ୨ରେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ରାଜ୍ୟର ନେତୃତ୍ୱ ପରିବର୍ତ୍ତନ ଏପରି ଏକ ସମୟରେ ହେବାକୁ ଯାଉଛି ଯେତେବେଳେ ଆଗମୀ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ହୋଇଥିବା ନିର୍ବାଚନରେ ମେଣ୍ଟ ଭଲ ପ୍ରଦର୍ଶନ କରିଥିଲା । ଜେଲରୁ ବାହାରିବା ପରେ ହେମନ୍ତ ସୋରେନ ବିଜେପି ଉପରେ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି । ଏହାସହ ଭିକ୍ଟିମ କାର୍ଡ ଖେଳି ଆଗମୀ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଉଦ୍ୟମ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.