୧୪ ବର୍ଷ ପରେ କ୍ଷମତାକୁ ଫେରିଲା ଲେବର ପାର୍ଟି, ଭାରତ-ବ୍ରିଟେନ FTAର ଭବିଷ୍ୟତ କ'ଣ ହେବ ?

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ସମୟରେ ବ୍ରିଟେନରେ ଶାସନରେ ଥିବା ଲେବର ପାର୍ଟି ଏବେ ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି । କିର୍ ଷ୍ଟାର୍ମର ଆନୁଷ୍ଠାନିକ ଭାବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଲେବର ପାର୍ଟି କ୍ଷମତାକୁ ଆସିବା ସହ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଚାଲିଥିବା ଏଫଟିଏ ଉପରେ ଆଶଂକା ବଢିଛି । ଲେବର ପାର୍ଟି ନିଜ ଇସ୍ତହାର ପତ୍ରରେ ଭାରତ ସହ ଏଫଟିଏକୁ ନେଇ ମଧ୍ୟ ଘୋଷଣା କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଭାରତ ଏବଂ ୟୁକେ ମଧ୍ୟରେ ୨୦୨୨ରେ ଆରମ୍ଭ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)ର ଉଦ୍ଦେଶ୍ୟ ଭାରତ ଏବଂ ବ୍ରିଟେନ ମଧ୍ୟରେ ବ୍ୟବସାୟକୁ ବଢାଇବା । ଭାରତର ବଡ଼ ଏବଂ ବଢୁଥିବା ବଜାର ଯାଏ ପହଞ୍ଚ ପ୍ରଦାନ କରି ଆର୍ଥିକ ସମ୍ପର୍କକୁ ମଜଭୁତ କରିବା । ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ୨୦୨୨-୨୩ରେ ୨୦.୩୬ ବିଲିୟନ ଡଲାରରୁ ବଢି ୨୦୨୩-୨୪ରେ ବଢି ୨୧.୩୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଏପରି ସ୍ଥିତିରେ ଗତ ୧୪ ବର୍ଷ ପରେ ଶାସନରେ ପରିବର୍ତ୍ତନ ଭାରତ ଏବଂ ବ୍ରିଟେନର ନୀତିରେ ପରିବର୍ତ୍ତନ ଆଣିପାରେ ।

ଆଜିର ସମୟରେ ଭାରତ ସହ ଦୁନିଆର ସବୁ ଦେଶ ଭଲ ସମ୍ପର୍କ ଚାହୁଁଛନ୍ତି । ଏକ ବଢୁଥିବା ମଧ୍ୟବର୍ଗ ସବୁ ଦେଶର ବ୍ୟବସାୟୀ ବର୍ଗଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଭାରତ ସହ ଏଫଟିଏ ଉପରେ ବ୍ରିଟେନର ନୂଆ ପିଏମ୍ ଷ୍ଟାର୍ମରଙ୍କ ଅଭିମୁଖ୍ୟ ଲେବର ପାର୍ଟିର ୨୦୨୪ର ନିର୍ବାଚନୀ ଇସ୍ତହାରରେ ବି ଉଲ୍ଲେଖ କରାଯାଇଥିଲା । ଯେଉଁଥିରେ ଭାରତ ସହ ନୂଆ ରଣନୈତିକ ବୁଝାମଣା ଯୋଜନାର ରୂପରେଖ କଥା କୁହାଯାଇଛି । ଏଥିରେ ମୁକ୍ତ ବାଣିଜ୍ୟ ବୁଝାମଣା, ସୁରକ୍ଷା, ଶିକ୍ଷା, ଟେକ୍ନୋଲଜି ଏବଂ ଜଳବାୟୁ ପରିବର୍ତ୍ତନରେ ସହଯୋଗକୁ ମଜଭୁତ କରିବା ସାମିଲ ରହିଛି ।

ଗତ ବର୍ଷ ଇଣ୍ଡିଆ ଗ୍ଲୋବାଲ ଫୋରମରେ କିର୍ ଷ୍ଟାର୍ମର କହିଥିଲେ ଯେ ଏକ ସଂଶୋଧିତ ଲେବର ପାର୍ଟି ପାଇଁ ତାଙ୍କ ଅଭିମୁଖ୍ୟ ଏଫଟିଏକୁ ପାରିତ କରିବା । ଷ୍ଟାର୍ମର କରିଥିଲେ ଯେ ମୋର ଲେବର ସରକାର ଭାରତ ସହ ଗଣତନ୍ତ୍ର ଏବଂ ଆମର ମିଳିତ ମୂଲ୍ୟବୋଧ ଆଧାରିତ ସମ୍ପର୍କକୁ ମଜଭୁତ କରିବ । ଆମ ସରକାର ଏଫଟିଏକୁ ଲାଗୁ କରିବାରେ ସହଯୋଗ କରିବା ସହ ବୈଶ୍ୱିକ ସୁରକ୍ଷା, ଜଳବାୟୁ ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ପାଇଁ ନୂଆ ରଣନୈତିକ ବୁଝାମଣା ସ୍ଥିର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.