ଜାମ୍ମୁ-କାଶ୍ମୀରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ସହିଦ, ୬ ଆହତ

Published By : Prameya-News7 Bureau | July 08, 2024 IST

indiatoday

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର କାଠୁଆ ଜିଲ୍ଲୀ ବିଲୱାର ଅଞ୍ଚଳରେ ସୋମବାର ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଘଟଣାରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ଆତଙ୍କବାଦୀ ଆକ୍ରମଣ ଘଟଣାରେ ଯବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ କରାଯିବା ପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ପାହାଡ ଉପରୁ ବିଲାୱାରର ମାଚେଡି ଅଞ୍ଚଳରେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ସେନା ଗାଡି ଉପରେ ଗ୍ରେନେଡ ମାଡ଼ ମଧ୍ୟ କରିଥିଲେ। ଆକ୍ରମଣ ପରେ ସେନା ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହାପରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। 

ଗତ କିଛି ମାସ ହେଲା ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ବଢ଼ିଯାଇଛି। ଜୁନ ୧୧ ଓ ୧୨ ତାରିଖରେ ଡୋଡା ଜିଲ୍ଲାରେ ଦୁଇଟି ଲଗାତର ଆକ୍ରମଣ ହୋଇଥିଲା। ୧୧ ତାରିଖରେ ଛତରଗଲ୍ଲା ଚେକ୍‌ପୋଷ୍ଟରେ ହୋଇଥିବା ଆକ୍ରମଣରେ ୬ ସୁରକ୍ଷାକର୍ମୀ  ଜଣେ ପୁଲିସ କର୍ମୀ ଆହତ ହୋଇଥିଲେ। ସେହିପରି ଗନ୍ଧୋହ ଏରିଆ ଜୁନ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ସେନା ପକ୍ଷରୁ ଉକ୍ତ ଏରିଆରେ ସର୍ଚ୍ଚ ଅପରେସନ କରାଯାଇଥିଲା। ପାକିସ୍ତାନ ପଟୁ ପଶି ଆସିଥିବା ୪ ଆତଙ୍କବାଦୀଙ୍କୁ ଧରାଇ ଦେଲେ ମୁଣ୍ଡ ପିଛା ୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.